www.samajalive.in
Saturday, December 6, 2025
15.1 C
Bhubaneswar

ପୋଷା କୁକୁର ପାଇଁ ଚାଟାର୍ଡ଼ ବିମାନ: ଦିଲ୍ଲୀରୁ ମୁମ୍ବାଇ ଭଡ଼ା ୯.୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଗର୍ଭବତୀ ହାତୀକୁ ସପୁରୀ ଖୁଆଇ ହତ୍ୟା କରିବା ପରି ନୃସଂଶ ଏ ପୃଥିବୀରେ ଅଛନ୍ତି ଆଉ ପୋଷା ପ୍ରାଣୀଙ୍କୁ ନିଜ ଜୀବନରୁ ବି ବେଶୀ ଭଲ ପାଆନ୍ତି । କରୋନା ଲକ୍ଡ଼ାଉନ ଯୋଗୁଁ ଜଣେ ମହିଳା ତାଙ୍କର ପୋଷା କୁକୁରକୁ ଦିଲ୍ଲୀରୁ ମୁମ୍ବାଇ ଆଣିବା ପାଇଁ ଏକ ଚାଟାର୍ଡ଼ ବିମାନ ଭଡ଼ା କରିବା ଘଟଣା ଏବେ ଦେଶବ୍ୟାପୀ ଚର୍ଚା । ସମ୍ପୃକ୍ତ ମହିଳା ଅବଶ୍ୟ ଏଥିପାଇଁ ଅନ୍ୟ ଲୋକମାନଙ୍କୁ ସୁଯୋଗ ଦେବାକୁ ଚାହିଁଛନ୍ତି । ଅନ୍ୟ ୪/୫ ଜଣ ସହଯାତ୍ରୀ (ପୋଷା ପ୍ରାଣୀ) ମିଳିଗଲେ ତାଙ୍କ କୁକୁରର ବିମାନ ଭଡ଼ା କମିଯିବ ବୋଲି ସେ କହିଛନ୍ତି ।

ସମ୍ପୃକ୍ତ ମହିଳାଙ୍କ ନାମ ଦୀପିକା ସିଂହ ଓ ସେ ଜଣେ ସାଇବର ଅପରାଧ ଗବେଷିକା । ତାଙ୍କର କୁକୁର ଲକ୍ଡ଼ାଉନ ଯୋଗୁଁ ଦିଲ୍ଲୀରେ ଅଟକି ରହିଛି, ତେଣୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ବିମାନର ଭଡ଼ା ବାବଦକୁ ୯.୬ ଲକ୍ଷ ଟଙ୍କା ଖର୍ଚ ହେବ । ୬ ଆସନ ବିଶିଷ୍ଟ ଚାଟାର୍ଡ଼ ବିମାନରେ ଗୋଟିଏ ପଶୁ/ପକ୍ଷୀ ଆଣିବା ନିମନ୍ତେ ହାରାହାରି ୧ଲକ୍ଷ ୬୦ ହଜାର ଟଙ୍କା ଲାଗିବ । ଏ ପର୍ଯ୍ୟନ୍ତ ୪ ଜଣ ସହଯାତ୍ରୀ ଯୋଗାଡ଼ ହୋଇଛନ୍ତି । ଆଉ ଦୁଇଜଣ ମିଳିଗଲେ ଖର୍ଚ କମିଯିବ । ନଚେତ୍ ୪ ପଶୁପକ୍ଷୀଙ୍କୁ ଧରି ବିମାନ ଦିଲ୍ଲୀରୁ ମୁମ୍ବାଇ ଆସିବ ବୋଲି ଦୀପିକା କହିଛନ୍ତି । ସେହିପରି ବିମାନ ଯାତ୍ରା ପୂର୍ବରୁ ପୋଷା ଜୀବ ଓ ଏହାର କେୟାରଟେକରଙ୍କର ତାପମାତ୍ରା ଯାଞ୍ଚ ହେବ ବୋଲି ବିମାନ ଚଳାଚଳ ସଂସ୍ଥା କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories