www.samajalive.in
Saturday, December 6, 2025
17.1 C
Bhubaneswar

ଏମିତି ଏକ ରେଷ୍ଟୁରାଣ୍ଟ; ଯାହା ସମ୍ପୂର୍ଣ୍ଣ ଭାବେ ଲୁଣରେ ନିର୍ମିିତ

ନୂଆଦିଲ୍ଲୀ: ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ। ଏପରି ଅନେକ ଜିନିଜ ଅଛି ଏହି ଦୁନିଆରେ ଯାହା ଅମାକୁ ହତବାକ୍‍ କରି ଦେଇଥାଏ। ଠିକ୍‍ ସେହିପରି ଏକ ଆଶ୍ଚର୍ଯ୍ୟକର ନିର୍ମାଣ ରହିଛି ଇରାନରେ। ଏଠାରେ ଏପରି ଏକ ରେଷ୍ଟୁରାଣ୍ଟ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ଲୁଣରେ ନିର୍ମିତ।

ଦକ୍ଷିଣ ଇରାନର ସିରାଜରେ ରହିଛି ଏହି ଦୁଇ ମହଲା ବିଶିଷ୍ଟ ରେଷ୍ଟୁରାଣ୍ଟ। ଏଠାରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ମିଳିଯିବ। କିନ୍ତୁ ରେଷ୍ଟୁରାଣ୍ଟଟି କୌଣସି ଖାଦ୍ୟ ପାଇଁ ନୁହେଁ, ବରଂ ଏହାର ନିର୍ମାଣକୁ ନେଇ ବେଶ୍‍ ପ୍ରସିଦ୍ଧ। ରେଷ୍ଟୁରାଣ୍ଟର ବସିବା ସ୍ଥାନଠାରୁ ଆରମ୍ଭ କରି ଫର୍ନିଚର, କାନ୍ଥ, ବିଲ୍ଡିଂ, ଏପରିକି କିଚେନର ନିର୍ମାଣ ଆଦିରେ ଲୁଣ ବ୍ୟବହାର କରାଯାଇଛି। ସବୁଥିରେ ଲୁଣର କୋଟିଂ ଦିଆଯାଇଛି। କିନ୍ତୁ ଏହାର ପ୍ରଭାବ ଏଠାରେ ପରଷା ଯାଉଥିବା ଖାଦ୍ୟରେ ପଡି ନ ଥାଏ।

- Advertisement -

ରେଷ୍ଟୁରାଣ୍ଟକୁ ଡିଜାଇନ କରିଥିବା ଆର୍କିଟେକ୍ଟଙ୍କ କହିବା ହେଲା, ଏହାର ସବୁକିଛି ଲୁଣରେ ନିର୍ମିତ। ରେଷ୍ଟୁରାଣ୍ଟର ଫର୍ନିଚରକୁ ତିଆରି କରିବାରେ ମଧ୍ୟ ଲୁଣ ବ୍ୟବହାର କରାଯାଇଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଲୁଣ ଗୁମ୍ଫାରୁ ଅନୁପ୍ରେରିତ ହୋଇ ଏହାକୁ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories