www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପରିଚାଳନାରୁ ୯ ଅଧିକାରୀଙ୍କୁ ଅବ୍ୟାହତି

ଭୁବନେଶ୍ବର: କରୋନା ପରିଚାଳନା ନିମନ୍ତେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ୯ ଜଣ ବରିଷ୍ଠ ଆଇଏଏସଙ୍କୁ ସରକାର ଅବ୍ୟାହତି ଦେଇଛନ୍ତି । ଅବଶ୍ୟ ସ୍ବଳ୍ପକାଳ ନିମନ୍ତେ ସେମାନଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିବା ନିଯୁକ୍ତି ସମୟରେ ସୂଚନା ଦିଆଯାଇଥିଲା । ଏହି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୫ରେ କୋଭିଡ-୧୯ ପରିଚାଳନା କମିଟିରେ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହାପୂର୍ବରୁ ହେମନ୍ତ ଶର୍ମାଙ୍କୁ କୋବିଦ ସାମଗ୍ରୀ କିଣା ନେଇ ଗଠିତ କ୍ରୟ କମିଟିରୁ ବାଦ ଦିଆଯାଇଥିଲା ।

ସୂଚନା ଅନୁସାରେ ବରିଷ୍ଠ ଆଇଏଏସ୍ ସୁରେନ୍ଦ୍ର କୁମାର, ବିଶାଲ ଦେବ, କ୍ରିଷନ କୁମାର, ଅରବିନ୍ଦ ଅଗ୍ରଓ୍ୱାଲ, ସଚିନ ରାମଚନ୍ଦ୍ର ଯାଦବ, ଭୁପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ଅନୁ ଗର୍ଗ  ଏବଂ ଆର ଭିନିଲ କ୍ରିଷ୍ଣାଙ୍କୁ ସେମାନଙ୍କ ଅତିରିକ୍ତ ଦାୟିତ୍ବରୁ ମୁକ୍ତ କରାଯାଇଛି।   ଅନୁ ଗର୍ଗଙ୍କୁ କୋଭିଡ-୧୯ ଟ୍ରେନିଂ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିବା ବେଳେ ଭିନିଲ୍ କ୍ରିଷ୍ଣାଙ୍କୁ ସିଏମଓର କୋଭିଡ ପରାମର୍ଶଦାତା ପଦରୁ ଅବ୍ୟାହତି ଦିଆଯାଇଛି । ସେହିପରି ସୁରେନ୍ଦ୍ର କୁମାରଙ୍କୁ କୋଭିଡ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ, ବିଶାଳ ଦେବଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । କିଷନ କୁମାରଙ୍କୁ କୋଭିଡ-୧୯ ଡିଜିଟାଲ ରେସପନ୍ସ୍ ଦାୟିତ୍ବ,  ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହାୟତା ଦାୟିତ୍ୱ, ସଚିନ ଯାଦବଙ୍କୁ ମୁଖ୍ୟ ସଚିବଙ୍କ ଓଏସଡି ଦାୟିତ୍ୱ ଏବଂ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ସହାୟତା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories