www.samajalive.in
Monday, December 15, 2025
27.1 C
Bhubaneswar

ରୋହିତଙ୍କୁ ଦୈନିକ ୧୦ କିମି ଦୌଡ଼ାଅ; ୪୫ ବର୍ଷ ହେବା ପର୍ଯ୍ୟନ୍ତ ଖେଳିପାରିବେ

ଚଣ୍ଡିଗଡ଼: କିଛି ଯୁବ କ୍ରିକେଟରଙ୍କ ଆବିର୍ଭାବ ଯୋଗୁଁ ରୋହିତ ଶର୍ମା ଆଗକୁ ଦିନିକିଆ ମ୍ୟାଚ୍‌ ଖେଳିବା ସନ୍ଦେହଜନକ ବୋଲି ଆଲୋଚନା ଚାଲିଛି। କାରଣ ଯୁବ ଖେଳାଳି ଆନ୍ତର୍ଜାତିକ ଦିନିକିଆରେ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ବିସିସିଆଇ ଏହି ରିପୋର୍ଟକୁ ଖଣ୍ଡନକରି କହିଛି ଯେ ରୋହିତଙ୍କ ଦିନିକିଆ କ୍ରିକେଟ୍‌ ଭବିଷ୍ୟତ ବିଷୟରେ ତରବରିଆ ନିଷ୍ପତ୍ତି ନିଆଯିବ ନାହିଁ। ୩୮ ବର୍ଷ ବୟସ୍କ ରୋହିତ ଟ୍ବେଣ୍ଟି୨୦ ଓ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିବା ବେଳେ ଦିନିକିଆ କ୍ରିକେଟ୍‌ ଖେଳିବା ଜାରିରଖିବେ ବୋଲି କହିଛନ୍ତି।

ରୋହିତଙ୍କ ସମାଲୋଚକମାନଙ୍କୁ ଜବାବ ଦେଇ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୋଗରାଜ ସିଂହ କହିଛନ୍ତି, ରୋହିତ ଜଣେ ବିଶ୍ବସ୍ତରୀୟ ବ୍ୟାଟ୍‌ସମ୍ୟାନ। ଭାରତୀୟ ଦଳରୁ ଯଦି ଜଣେ ବ୍ୟାଟ୍‌ସମ୍ୟାନଙ୍କୁ କୁହାଯିବ; ସେ ହେଉଛନ୍ତି ରୋହିତ ଶର୍ମା। ସେ ଗୋଟିଏ ପଟେ, ଦଳର ଅନ୍ୟ ସମସ୍ତ ବ୍ୟାଟ୍‌ସମ୍ୟାନ ଗୋଟିଏ ପଟେ। ଏହା ହେଉଛି ତାଙ୍କ ଶ୍ରେଣୀ। ତାଙ୍କୁ ତୁମେ କୁହ- ରୋହିତ ତୁମର ଆଉ ୫ ବର୍ଷ ଆମର ଆବଶ୍ୟକ। ତେଣୁ ଦୟାକରି ଦେଶ ପାଇଁ ଅଧିକ କିଛି କର। ତୁମ ଫିଟ୍‌ନେସ ଏବଂ ଅନ୍ୟ ଦିଗ ପ୍ରତି ଧ୍ୟାନଦିଅ। ଆଉ ଏକ କାମ କରିପାରିବ। ୪ ଜଣ ବ୍ୟକ୍ତିଙ୍କୁ ରୋହିତଙ୍କ ପଛରେ ଲଗାଇଦିଅ; ପ୍ରତିଦିନ ସକାଳୁ ତାଙ୍କୁ ୧୦ କିଲୋମିଟର ଦୌଡ଼ାଅ। ଯଦି ସେ ଚାହାନ୍ତି; ତାଙ୍କୁ ୪୫ ବର୍ଷ ହେବା ପର୍ଯ୍ୟନ୍ତ ଖେଳିବାର ଦକ୍ଷତା ରୋହିତଙ୍କର ରହିଛି। ତୁମେ ନିୟମିତ ଘରୋଇ କ୍ରିକେଟ୍‌ ଖେଳ। ଯେତେ ଅଧିକ ଖେଳିବ; ତୁମ ଫିଟ୍‌ନେସ ଆହୁରି ବଢ଼ିବ। ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ କିଏ ହୋଇଥିଲେ? ରୋହିତ ଶର୍ମା। ତେଣୁ ତୁମେ ଯେତିକି ଜାଣିଛ; ସେତିକି କଥା କୁହ। ତୁମେ ଯେଉଁ ସ୍ତରରେ ଖେଳିଛ; ସେହି ସ୍ତରର କ୍ରିକେଟରଙ୍କ ବିଷୟରେ ମନ୍ତବ୍ୟ ଦିଅ। ରୋହିତଙ୍କ ବିଷୟରେ କହିବା ବେଳେ ତୁମକୁ ଲାଜ ଲାଗୁନାହିଁ? ତାଙ୍କର ଶେଷ ଦିନିକିଆ ମ୍ୟାଚ୍‌ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ୮୩ ବଲ୍‌ରୁ ୭୬ ରନ୍‌କରି ଦଳକୁ ଚମ୍ପିଆନ୍ କରାଇଥିଲେ। ଫାଇନାଲରେ ରୋହିତ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories