ଯୁବତୀମାନଙ୍କ ସହ ନାଚୁଛନ୍ତି ଯୋଗୀ ଆଦିତ୍ୟନାଥ, ନକଲି ଭିଡିଓ ଭାଇରାଲକୁ ନେଇ ମାମଲା

ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ନକଲି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ମାମଲାରେ ଧର୍ମପାଳ ସିଂହ ଅଭିଯୋଗ କରିଛନ୍ତି, ଯେଉଁଥିରେ ନବୀନ ସିଂହ ନାମକ ଯୁବକଙ୍କ ଉପରେ ଅଭିଯୋଗ ଲାଗିଛି କି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପମାନଜନକ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରିଛନ୍ତି । ଏହି ମାମଲାରେ ହଜରତଗଞ୍ଜ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ କରିଦେଇଛି । ଅନ୍ୟପଟେ ଧର୍ମପାଳ ସିଂହ ନିଜ ଅଭିଯୋଗରେ ଜଣାଇଛନ୍ତି କି ନବୀନ ସିଂହ ସ୍କେଚନ ନାମକ ୟୁଟ୍ୟୁବ୍ ଚ୍ୟାନେଲରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଖରାପ କରିବାକୁ ଚେଷ୍ଟା କରାଯାଇଛି । ଏହି ଭିଡିଓ ସମସ୍ତଙ୍କ ଭାବନାକୁ ଆଘାତ ଦେଇଛି  ବୋଲି ସେ କହିଛନ୍ତି ।

Comments are closed.