ଯୋଗୀଙ୍କୁ ନିମନ୍ତ୍ରଣ କରିବ ୱକଫ୍ ବୋର୍ଡ
ଲକ୍ଷ୍ନୌ : ଅଯୋଧ୍ୟାରେ ପ୍ରସ୍ତାବିତ ମସ୍ଜିଦ ଉଦ୍ଘାଟନ ଉତ୍ସବକୁ ଯିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟକୁ ନେଇ ବିବାଦ ଲାଗିରହିଥିବା ସତ୍ତ୍ବେ ସୁନ୍ନି ୱାକଫ୍ ବୋର୍ଡ ପକ୍ଷରୁ ତାଙ୍କୁ ମସ୍ଜିଦ ଜମିରେ ପ୍ରସ୍ତାବିତ ବିଭିନ୍ନ ଜନହିତକର ପ୍ରକଳ୍ପର ଶିଳାନ୍ୟାସ ପାଇଁ ନିମନ୍ତ୍ରଣ କରାଯିବ ବୋଲି କୁହାଯାଇଛି। ଅଯୋଧ୍ୟା ସହରର ପ୍ରାୟ ୨୫କିମି ଦୂର ଧନୀପୁରଠାରେ ସରକାରଙ୍କ ପକ୍ଷରୁ ମିଳିଥିବା ୫ଏକର ଜମିରେ ଏହି ମସ୍ଜିଦ ନିର୍ମାଣ ହେବ। ଏହି ଜମିରେ ପାଠାଗାର, ଡାକ୍ତରଖାନା, ଗବେଷଣା କେନ୍ଦ୍ର, ସମୂହ ରୋଷଷାଳା ଇତ୍ୟାଦି ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ଶିଳାନ୍ୟାସ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ୱାକଫ୍ ବୋର୍ଡ କାର୍ଯ୍ୟକର୍ତ୍ତା ତଥା ଇଣ୍ଡୋ-ଇସ୍ଲାମିକ କଲ୍ଚରାଲ ଫାଉଣ୍ଡେସନର ମୁଖ୍ୟ ଆଥର ହୁସେନ। ସୂଚନାଯୋଗ୍ୟ ଯେ ସେ ଜଣେ ହିନ୍ଦୁ ଏବଂ ଯୋଗୀ ହୋଇଥିବାରୁ ମସ୍ଜିଦ ଉତ୍ସବକୁ ଯିବେ ନାହିଁ। ୱାକଫ ବୋର୍ଡ ମଧ୍ୟ ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରିବ ନାହିଁ ବୋଲି ଆଦିତ୍ୟନାଥ କହିଥିଲେ। ଏଥିପାଇଁ ସେ କ୍ଷମା ମାଗିବାକୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।
Comments are closed.