www.samajalive.in
Saturday, December 6, 2025
14.1 C
Bhubaneswar

ଖାଦ୍ୟ ଖାଇବା ପରେ ଭୁଲରେ ମଧ୍ୟ ଯୋଗ କରନ୍ତୁ ନାହିଁ : ଦେଖାଦେବ ଅନେକ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଯୋଗ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦୈନିକ ଯୋଗ କରିବା ଉଚିତ। ସବୁ ବୟସର ଲୋକମାନଙ୍କ ପାଇଁ ଯୋଗ ନିହାତି ଆବଶ୍ୟକ। ଯୋଗ ଶାରୀରିକ ରୂପେ ଶକ୍ତି ପ୍ରଦାନ କରିବା ସହ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିଥାଏ। ଏଥିସହିତ ଜଟିଳରୁ ଜଟିଳ ରୋଗର ସମାଧାନ ଯୋଗ ଦ୍ବାରା ହିଁ ସମ୍ଭବ ହୋଇଥାଏ। ତେବେ ସକାଳ ଏବଂ ସନ୍ଧ୍ୟା ସମୟରେ ଯୋଗ କରିବା ପାଇଁ ଖୁବ୍ ଉପଯୋଗୀ। କାରଣ ଏହି ସମୟରେ ଶରୀର ସ୍ଥିର ଏବଂ ଶାନ୍ତ ରହିଥାଏ। କିନ୍ତୁ ଏହା ଆପଣ ଜାଣି ରଖନ୍ତୁ ଯେ, ଖାଲି ପେଟରେ ନା ଖାଇସାରିବା ପରେ ଯୋଗ କରିବେ। କେଉଁ ସମୟରେ ଯୋଗ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଓ କେଉଁଟି କ୍ଷତିକାରକ।

ଖାଲି ପେଟରେ ଯୋଗ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଖାଦ୍ୟ ଖାଇବା ପରେ ଯୋଗ କଲେ ଆପଣଙ୍କର ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏଥିସହିତ ଶରୀରରେ ଶକ୍ତି କମ୍ ହୋଇଥାଏ। ଏହି କାରଣରୁ ଖାଲି ପେଟରେ ଯୋଗ କଲେ ପାଚନ କ୍ରିୟା ସୁସ୍ଥ ରହିଥାଏ।

- Advertisement -

ଖାଦ୍ୟ ଖାଇବା ପରେ ଯୋଗ କରିବା ଦ୍ବାରା ପେଟ ଫୁଲିବା ସହ ଗ୍ୟାସ ଭଳି ସମସ୍ୟା ମଧ୍ୟ ଲାଗି ରହିଥାଏ। ଏଥିସହିତ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ଖାଦ୍ୟ ଖାଇବା ପରେ ଯୋଗ କରିବା ଦ୍ବାରା ମୋଟାପଣ ସମସ୍ୟା ଦେଖା ଦେଇପାରେ। ତେଣୁ ଯଦି ଆପଣ ମୋଟାପଣ ଦୂର କରିବାକୁ ଚାହୁଛନ୍ତି ତେବେ ଖାଲି ପେଟରେ ଯୋଗ କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories