ଯୋଗମୁଦ୍ରାରେ ବିଏସଏଫ ଯବାନ
ଭୁବନେଶ୍ବର: ଆଜି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ବିଏସଏଫ ଯବାନଙ୍କୁ ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା। ଯୋଗର ଆୟୋଜନ ଭାରତର ବିବିଧତାର ପ୍ରତିକ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଡିଆଇଜି ଧିରେନ୍ଦ୍ର କୁମାର ସିଂହ, କମାଣ୍ଡାଣ୍ଟ ଈଶ୍ବର ଚନ୍ଦ୍ର କୁମାର, ରାଜେଶ କୁମାର ଯାଦବ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କମଲ କୁମାର ଦାସଙ୍କ ସମେତ ୩ଜଣ ଅଧିକାରୀ ଏବଂ ୧୨୦ଜଣ ଯବାନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଭୁବନେଶ୍ବର ମୁଖ୍ୟାଳୟରେ ଯୋଗ କରିଥିଲେ।
Comments are closed.