୧୪ ବର୍ଷୀୟ ଯୋଗଗୁରୁ ଋଷଭ୍
ଯୋଗ ଏକପ୍ରକାର ସାଧନା। ସମସ୍ତେ ଏହା କରିପାରନ୍ତି ନାହିଁ। ଅନେକ ଲଗାତାର ଚେଷ୍ଟା କରିବା ପରେ ମଧ୍ୟ ଯୋଗକୁ ଏକାଗ୍ର ଚିତ୍ତରେ କରିପାରୁନଥିବାର ଦେଖାଯାଇଛି। ଏପରିସ୍ଥଳେ ୧୪ ବର୍ଷୀୟ ଋଷଭ୍ ଝା ସମସ୍ତଙ୍କ ନିମେନ୍ତ ସୁନ୍ଦର ଉଦାହରଣ ହୋଇପାରିଛନ୍ତି। କନିଷ୍ଠ ଯୋଗଗୁରୁ ଭାବେ ବିଭିନ୍ନ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଗୁରୁଗ୍ରାମର ସେକ୍ଟର ୧୪ ନିବାସୀ ଋଷଭ୍୍ଙ୍କ ବାପା ଏକ କମ୍ପାନୀର ସୁରକ୍ଷା କର୍ମୀ ଭାବେ କାମ କରୁଥିବାବେଳେ ତାଙ୍କ ମା’ ଏକ ବିଦ୍ୟାଳୟରେ କାମ କରନ୍ତି। ୯ ବର୍ଷ ବୟସରେ ସେ ଯୋଗଗୁରୁ ଦେବେନ୍ଦ୍ର ଭରଦ୍ବାଜଙ୍କ ନିକଟରୁ ଯୋଗ ଶିଖିବା ଆରମ୍ଭ କଲେ। ଦେଢ଼ ବର୍ଷ ପରେ ଋଷଭ୍ ଯୋଗ ଶିଖାଇବା ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳେର ତାଙ୍କୁ ‘ରବର ବୟ’ ନାମରେ ଡକାଯାଏ। କାରଣ ଋଷଭ୍୍ଙ୍କ ଶରୀରର ନମନୀୟତା କାରଣରୁ ତାହା ବିଭିନ୍ନ ଦିଗକୁ ମୋଡ଼ି ହୋଇଯାଏ। ଏକ୍ରୋ ଯୋଗରେ ସିଦ୍ଧହସ୍ତ ଏଇ କୁନି ଯୋଗଗୁରୁଙ୍କ ନିକଟରେ ଏବେ ୫୫ଜଣରୁ ଅଧିକ ଲୋକ ଯୋଗ ଶିକ୍ଷା କରୁଛନ୍ତି। ଋଷଭ୍ଙ୍କର ଏକ ଦଳ ମଧ୍ୟ ଅଛି, ସେଥିରେ ୬ଜଣ ପିଲା ଅଛନ୍ତି। ସମସ୍ତେ ଯୋଗଶିକ୍ଷାରେ ଧୁରୀଣ ବୋଲି ଜଣାପଡ଼ିଛି।