www.samajalive.in
Sunday, December 7, 2025
14.1 C
Bhubaneswar

ଆସିଲା ‘ଯୋଦ୍ଧା’ ଟିଜର; ବର୍ଷେ ହେଲା ରିଲିଜ୍‌ ଅପେକ୍ଷାରେ ଚଳଚ୍ଚିତ୍ର

ମୁମ୍ବଇ: ଦୀର୍ଘ ଦିନ ଧରି ମୁକ୍ତିଲାଭକୁ ଅପେକ୍ଷା କରିଥିବା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଚଳଚ୍ଚିତ୍ର ‘ଯୋଦ୍ଧା’ର ଟିଜର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି କରଣ ଜୋହର। ‘ଯୋଦ୍ଧା’ର ଟିଜର୍‌ ଦେଖି କୁହାଯାଇପାରେ ଯେ, ପରଦାରେ ପୁଣି ଥରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଦମ୍‌ଦାର୍‌ ଆକ୍ସନ ଦେଖିବାକୁ ମିଳିବ। ଟିଜରକୁ କରଣ ଜୋହର ସାମାଜିକ ଗଣମାଧ୍ୟମରେ ରିଲିଜ୍‌ କରିଛନ୍ତି।

ଏକ ବିମାନ ଅପହରଣରୁ ଆରମ୍ଭ ହେଉଛି ଟିଜର। ଏହାପରେ ସିଦ୍ଧାର୍ଥ ମାଲହୋତ୍ରା ନିଜ ଆକ୍ସନ ଅବତାରରେ ନଜର ଆସୁଛନ୍ତି। ଗୋଟିଏ ମିନିଟ୍‌ର ଏହି ଟିଜର ​‌ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ସାମାଜିକ ଗଣମାଧ୍ୟମରେ ଏହା ରିଲିଜ୍‌ ହେବା କ୍ଷଣି ଭାଇରାଲ୍‌ ହୋଇଛି।

- Advertisement -


‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରା, ଦିଶା ପଟାନୀ ଓ ରାଶି ଖନ୍ନା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସାଗର ଆମ୍ବରେ ଓ ପୁଷ୍କର ଓଝାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ପ୍ରଥମେ ଜୁଲାଇ ୭, ୨୦୨୩ରେ ମୁକ୍ତିଲାଭ କରିବାର ଥିଲା। ଏହାପରେ ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର ୧୫, ୨୦୨୩ କରାଯାଇଥିଲା। କିନ୍ତୁ ‘ଯୋଦ୍ଧା’ର ଏହି ରିଲିଜ୍‌ ତାରିଖକୁ ମଧ୍ୟ ବଦଳାଇ ଦିଆଯାଇଥିଲା। ଏହାପରେ କରଣ ଜୋହର କହିଥିଲେ ଯେ, ଫିଲ୍ମ ଡିସେମ୍ବର ୮, ୨୦୨୩ରେ ପରଦାକୁ ଆସିବ। ହେଲେ ପୁଣି ଏହି ତାରିଖକୁ ବଦଳାଇବାକୁ ପଡ଼ିଥିଲା। ଏବେ ସିଦ୍ଧାର୍ଥଙ୍କ ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୧୫ରେ ପ୍ରେକ୍ଷାଳୟକୁ ଆସିବ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories