nua o banner

ବ୍ୟାଡ୍‍ମିଣ୍ଟନ୍‍ ଦଳକୁ ଐତିହାସିକ ସ୍ୱର୍ଣ୍ଣ

BSKY banner  750×100
0

ଗୋଲ୍‍ଡ କୋଷ୍ଟ :ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମିଶ୍ରିତ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିପାରିଛି। ମାଲେସିଆର ଆଧିପତ୍ୟକୁ ଧ୍ୱସ୍ତକରି ଭାରତ ଏହି ସ୍ୱର୍ଣ୍ଣପଦକ ଜିତିଛି। ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ଭାରତ ୩-୧ ମ୍ୟାଚ୍‍ରେ ଶକ୍ତିଶାଳୀ ମାଲେସିଆକୁ ପରାସ୍ତକରି ଭାରତ ଏହି କୃତିତ୍ୱ ହାସଲ କରିଛି। ମାଲେସିଆ ଦଳରେ ବିଶ୍ୱର ପୂର୍ବତନ ୧ନଂ ସିଙ୍ଗଲ୍‍ସ ଖେଳାଳି ତଥା ୩ଟି ଅଲିମ୍ପିକ୍‍ ରୌପ୍ୟପଦକ ବିଜେତା ଲି ଚଙ୍ଗ୍‍ ୱିଙ୍କ ଉପସ୍ଥିତି ସତ୍ତେ୍ୱ ଭାରତ ଏହାକୁ ହରାଇ ସ୍ୱର୍ଣ୍ଣପଦକ ଜିତିବା ନିଶ୍ଚୟ ପ୍ରଶଂସାଯୋଗ୍ୟ। ଉଲ୍ଲେଖନୀୟ କଥା ହେଉଛି; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବଦା ବ୍ୟାଡ୍‍ମିଣ୍ଟନର ମିଶ୍ରିତ ଦଳଗତ ଇଭେଣ୍ଟରେ ମାଲେସିଆର ପ୍ରାଧାନ୍ୟ ରହିଥିଲା ଏବଂ ଗତ ୩ ଥର ଏଥିରେ ମାଲେସିଆ ସ୍ୱର୍ଣ୍ଣପଦକ ଜିତିଥିଲା। ହେଲେ ଏଥର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନିକଟରେ ମାଲେସିଆ ହାରମାନିଛି।
ପ୍ରଥମ ମ୍ୟାଚ୍‍ ଥିଲା ମିକ୍ସଡ ଡବଲ୍‍ସ। ଏଥିରେ ଅଭିଜ୍ଞ ଅଶ୍ୱିନୀ ପୋନପ୍ପା ଓ ସାତ୍ତ୍ୱିକା ରାଙ୍କିରେଡ୍‍ଡୀ କଡ଼ା ମୁକାବିଲା ପରେ ମାଲେସିଆର ପେଙ୍ଗ୍‍ ସୁନ୍‍ ଚାନ୍‍ ଓ ଲ୍ୟୁ ୟଙ୍ଗ୍‍ ଗୋଙ୍କୁ ୨୧-୧୪, ୧୫-୨୧, ୨୧-୧୫ରେ ହରାଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ପରେ ପୁରୁଷ ସିଙ୍ଗଲ୍‍ସରେ ମୁହାଁମୁହିଁ ହୋଇଥିଲେ ବ୍ୟାଡ୍‍ମିଣ୍ଟନ୍‍ରେ କିମ୍ବଦନ୍ତୀ ପାଲଟି ଯାଇଥିବା ଲି ଚଙ୍ଗ୍‍ ୱି ଓ କିଦାମ୍ବି ଶ୍ରୀକାନ୍ତଙ୍କ ମଧ୍ୟରେ। ପୂର୍ବରୁ ଉଭୟଙ୍କ ମଧ୍ୟରେ ୫ ଥର ମୁକାବିଲା ହୋଇଥିବା ବେଳେ ପ୍ରତିଥର ଚଙ୍ଗ୍‍ ୱି ହିଁ ଜିତିଥିଲେ। ତେବେ ବିଶ୍ୱର ୨ନଂ ଖେଳାଳି ଶ୍ରୀକାନ୍ତଙ୍କ ଚମତ୍କାର ପ୍ରଦର୍ଶନ ନିକଟରେ ଚଙ୍ଗ୍‍ ୱି ହାର ମାନିଥିଲେ। ଏହି ମୁକାବିଲାକୁ ଶ୍ରୀକାନ୍ତ ୨୧-୧୭, ୨୧-୧୪ରେ ଜିତି ଭାରତକୁ ୨-୦ରେ ଆଗୁଆ କରିଥିଲେ। ପୁରୁଷ ଡବଲ୍‍ସ ମୁକାବିଲା ଜିତି ମାଲେସିଆ ମୁକାବିଲାରେ ବଜାୟ ରହିଥିଲା। ଭାରତର ସାତ୍ତ୍ୱିକ ରାଙ୍କିରେଡ୍‍ଡୀ-ଚିରାଗ ସେଟ୍ଟିଙ୍କୁ ଲ୍ୟୁ ୟଙ୍ଗ୍‍ ଗୋ-ୱି କିଓଙ୍ଗ୍‍ ଟାନ୍‍ ୨୧-୧୫, ୨୨-୨୦ରେ ପରାସ୍ତକରି ସ୍କୋର୍‍କୁ ୨-୧ କରିଥିଲେ। ପରେ ସ୍ୱର୍ଣ୍ଣ ଜିତିବା ପାଇଁ ଭାରତର ସବୁ ଆଶା ଠୁଳ ରହିଥିଲା ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ସାଇନା ନେହୱାଲଙ୍କ ଉପରେ। ମହିଳା ସିଙ୍ଗଲ୍‍ସ ମୁକାବିଲାରେ ସାଇନା ବିଶ୍ୱର ୨୬ନଂ ଖେଳାଳି ମାଲେସିଆର ସୋନିଆ ଚିଆଙ୍କୁ ୨୧-୧୧, ୧୯-୨୧, ୨୧-୯ରେ ପରାସ୍ତ କରିଥିଲେ।
ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଭାରତ ମୋଟ ୧୦ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ,ଏବଂ ୫ଟି ବ୍ରୋଞ୍ଜ ପଦକ ବିଜୟୀ ହୋଇଛି।

Leave A Reply