ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ସମ୍ମିଳନୀ

ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ)ର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ୟଙ୍ଗ ଇଣ୍ଡିଆନ୍ସ (ୱାଇଆଇ) ହେଉଛି ଏକ ପ୍ରଭାବଶାଳୀ ଆନ୍ଦୋଳନ ଯାହାକି ଭାରତର ଯୁବକମାନଙ୍କୁ ଦେଶର ଭବିଷ୍ୟତକୁ ରୂପାନ୍ତର, ନେତୃତ୍ୱ, ସହ-ସୃଷ୍ଟି ଏବଂ ଗଠନ କରିବାରେ ସହାୟକ ହୋଇଥାଏ। ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ସମ୍ମିଳନୀ (ଇଆରସିଏମ)ରେ ପୂର୍ବ ଭାରତର ୯ଟି ଅଧ୍ୟାୟରୁ ଯୁବ ନେତାଙ୍କ ସମ୍ମିଶ୍ରଣ ହୋଇଛି। ଏହି ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ସମାଧାନ ଏବଂ ନିଶ୍ଚିତ ଯୋଜନା ପାଇଁ ଏକ ଗତିଶୀଳ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ବୋଲି ସୂଚନା ଦିଆଯାଇଥିଲା।

ଇଆରସିଏମ ସମ୍ମିଳନୀରେ ମିଟ୍ଟି କାଫେର ପ୍ରତିଷ୍ଠାତା ତଥା ଜଣାଶୁଣା ସାମାଜିକ ଉଦ୍ୟୋଗୀ ଆଲିନା ଆଲାମ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ଅତିଥି ଭାବେ ଯୋଗଦେଇ ସାମାଜିକ ଉଦ୍ୟୋଗୀତା, ସମ୍ପ୍ରଦାୟର ସଶକ୍ତିକରଣ, ଅନ୍ତର୍ଭୂକ୍ତ ବିକାଶ ଓ ସକରାତ୍ମକ ପରିବର୍ତ୍ତନ ଦିଗରେ ସକ୍ରିୟ ପଦକ୍ଷେପ ନେବାକୁ ବକ୍ତବ୍ୟ ରଖିଥିଲେ। ବ୍ୟବସାୟିକ ଅଧିବେଶନରେ ଚିତ୍ରାନ୍ତନ ଭାବ୍ରା ଅଧ୍ୟକ୍ଷତା କରି ବ୍ୟବସାୟର ସଫଳ କାହାଣୀ ଉପରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ସହରର ପ୍ରମୁଖ ଶିଳ୍ପପତିଙ୍କ ସମେତ ୨୦୦ରୁ ଅଧିକ ସଦସ୍ୟ ଇଆରସିଏମ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

Comments are closed.