www.samajalive.in
Sunday, December 7, 2025
26.1 C
Bhubaneswar

ଗୁଜରାଟ ସ୍କୁଲରେ ଆଉ ଚଳିବନି ‘ୟେସ ସାର…’

ଅହମ୍ମଦାବାଦ: ଗୁଜରାଟର କୌଣସି ସ୍କଲ୍‍ରେ ଉପସ୍ଥାନ ସମୟରେ ଆଉ ‘ୟେସ ସାର, ୟେସ ମାଡାମ୍‍’ ଚଳିବନି। ଉପସ୍ଥାନ ବେଳେ ଛାତ୍ରଛାତ୍ରୀମାନେ ‘ଜୟ ହିନ୍ଦ’ କିମ୍ବା ‘ଜୟ ଭାରତ’ କହିବା ବାଧ୍ୟତାମୂଳକ। ରାଜ୍ୟ ଶିକ୍ଷା ବିଭାଗ ଦ୍ୱାରା ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି।
ରାଜ୍ୟ ଶିକ୍ଷା ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦଶାମା କହିଛନ୍ତି ଯେ ପୂର୍ବରୁ ସ୍କୁଲ୍‍ରେ ‘ଜୟ ହିନ୍ଦ’ ପ୍ରଚଳନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ବଦଳି ‘ୟେସ ସାର, ୟେସ ମାଡାମ୍‍’ ହୋଇଯାଇଥିଲା। ଜଣେ ଛାତ୍ର କିମ୍ବା ଛାତ୍ରୀ ତା ସ୍କୁଲ୍‍ ଜୀବନରେ ଅତିକମ୍‍ରେ ହାରାହାରି ୧୦ ହଜାର ଥର ‘ୟେସ ସାର, ୟେସ ମାଡାମ୍‍’ କହୁଛନ୍ତି। ଯଦି ତା’ ବଳଦରେ ‘ଜୟ ହିନ୍ଦ’ କିମ୍ବା ‘ଜୟ ଭାରତ’ ଉଚ୍ଚାରଣ କରିବାକୁ କୁହାଯାଏ ତେବେ ଛାତ୍ରଛାତ୍ରୀଙ୍କ ମନରେ ଛୋଟବେଳୁ ଦେଶପ୍ରେମର ଭାବନା ଜାଗ୍ରତ ହୋଇପାରିବ। ତେଣୁ ପୂର୍ବ ପରମ୍ପରା ଓ ସଂସ୍କୃତିକୁ ବାହାଲ କରିବାକୁ ଏଭଳି ନିର୍ଦେଶନାମା ଜାରି କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories