ୟେଦୁରାପ୍ପାଙ୍କୁ ଧକ୍କା: ପୁଅକୁ ମିଳିଲାନି ବିଜେପି ଟିକଟ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଦଳୀୟ କନ୍ଦଳ ଆରମ୍ଭ ହୋଇଛି। ସୋମବାର ବିଜେପିର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥôତାଲିକା ପ୍ରକାଶ ପାଇଥିବାବେଳେ ଦଳର ରାଜ୍ୟ ସଭାପତି ବିଏସ୍‌ ୟେଦ୍ୟୁରାପ୍ପାଙ୍କ ପୁଅ ବିୱାଇ ବିଜେନ୍ଦ୍ରଙ୍କୁ ଟିକଟ ମିଳିନାହିଁ। ଏପରିକି ୟେଦ୍ୟୁରାପ୍ପାଙ୍କ ସହଯୋଗୀ ତଥା ଉଡୁପି-ଚିକାମାଗାଲୁରର ସାଂସଦ ଶୋଭା କରଣ୍ଡଲାଜଙ୍କୁ ମଧ୍ୟ ଦଳୀୟ ଟିକଟ ଦିଆଯାଇ ନାହିଁ। ମଙ୍ଗଳବାର ୟେଦ୍ୟୁରାପ୍ପା ଘୋଷଣା କରିଥିଲେ ଯେ ତାଙ୍କ ପୁଅ ବିଜେନ୍ଦ୍ର ନିର୍ବାଚନ ଲଢିବେ ନାହିଁ। ବରୁଣ ଆସନରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁଅ ନିର୍ବାଚନ ଲଢୁଥିବାବେଳେ ଏଠାରେ ୟେଦ୍ୟୁରାପ୍ପାଙ୍କ ପୁଅକୁ ଟିକଟ ଦିଆଯିବା ନେଇ ସମ୍ଭାବନା ରହିଥିଲା। ବିଜେନ୍ଦ୍ରଙ୍କୁ ବିଜେପି ଟିକଟ ନ ମିଳିବାରୁ ଦଳରେ ବିବାଦ ଦେଖାଯାଇଛି। ଦଳର କେତେକ କର୍ମୀ ଏହି ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave A Reply