ବରୁଣାରେ ୟେଦୁରାପ୍ପାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବ ବିଜେପି!

0

ବେଙ୍ଗାଲୁରୁ : କର୍ଣ୍ଣାଟକର ବରୁଣା ନିର୍ବାଚନମଣ୍ଡଳୀରେ ଏଥର ଦୁଇ ଟାଣୁଆ ନେତାଙ୍କର ପୁଅଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳପାରେ। କାରଣ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜେ ଚାମୁଣ୍ଡେଶ୍ୱରୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିବା ପରେ ବରୁଣାରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ବିଜେପି ଶିବିରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ସିଦ୍ଧରମୈୟାଙ୍କ ପୁଅ ଯତିନ୍ଦ୍ର ପ୍ରତିଦ୍ୱନ୍ଦ୍ୱିତା କରିପାରିନ୍ତି ବୋଲି ଶୁଣାଯାଉଛି। ଏମିତିରେ ତାଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରାପ୍ପାଙ୍କ ପୁଅ ବିଜୟନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଉ ବୋଲି ରାଜ୍ୟର ବିଜେପି ନେତାମାନେ ଚାହୁଁଛନ୍ତି। ଏନେଇ ସେମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କୁ ନିବେଦନ ମଧ୍ୟ କରିଛନ୍ତି। ବରୁଣାରେ ବହୁ ସଂଖ୍ୟକ ଲିଙ୍ଗାୟତ ରହିଥିବାରୁ ଦଳକୁ ସୁଫଳ ମିଳିବା ନେଇ ଏହି ନେତାମାନେ ଆଶାବ୍ୟକ୍ତ କରିଛନ୍ତି।

Leave A Reply