www.samajalive.in
Friday, December 5, 2025
20.1 C
Bhubaneswar

ମୋଦୀଙ୍କୁ ୬କୋଟିର କାର ଉପହାର ଦେଲେ ଜିନ୍‍ପିଙ୍ଗ

ସମାଜ ଡିଜିଟାଲ ଡେସ୍କ: ଭାରତ-ଚୀନ୍‍ ସମ୍ପର୍କରେ ଆସୁଛି ସୁଧାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୬କୋଟିର କାର ଗିଫ୍ଟ ଦେଇଛନ୍ତି ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ । ଏହି କାରଟି ମାତ୍ର ୮ସେକେଣ୍ଡରେ ୧୦୦ କିଲୋମିଟର ସ୍ପିଡ୍‌ ରେ ଦୌଡିଥାଏ । କାର ଭିତରେ ରହିଛି ଖାସ୍‍ ଅସ୍ତ୍ରଶସ୍ତ୍ର, ଟାୟର ପମ୍ପଚର୍‍ ହେଲେ ବି ୧୦୦କିଲୋମିଟର ପର୍ଯ୍ୟନ୍ତ ଏହା ଚାଲିବାର କ୍ଷମତା ରହିଛି । ଏହି ଫଟୋ ହେଉଛି ଚୀନ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ସବୁଠାର ପସନ୍ଦର କାର । ଯାହାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି । ଦୁଇ ଦିନିଆ ଚୀନ୍‍ ଗସ୍ତରେ ଯାଇଥିବା ମୋଦୀ ଏହି କାରରେ ବସି ଯାତ୍ରା କରିବେ । ଏହି କାରଟି ଯେତେବେଳେ ସାମ୍ନାକୁ ଆସିଲା ଗୁଗଲ୍‍ ରେ ଏହାର ନାମ, ଫିଚର ଏବଂ ଦାମ୍‍ ସର୍ଚ୍ଚ ହେବାରେ ଲାଗିଛି । କାରଣ ଏହି କାରଟି ରୁଷ ରାଷ୍ଟ୍ରପତି ପୁଟିନଙ୍କ ପସନ୍ଦର କାର ଠାରୁ ମଧ୍ୟ ଅନେକ ଗୁଣ ମହଙ୍ଗା ଅଟେ ।

ଏ ହେଉଛି ପୁଟିନଙ୍କ େଔର୍‍ ସିନେଟ୍‍ କାର । ଯାହାକୁ ନେଇ ସେ ଚୀନ୍‍ ଗସ୍ତରେ ଯାଇଛନ୍ତି । ପୁଟିନ୍‍ ଏୟାରପୋର୍ଟରେ ପହଞ୍ଚିବା ପରେ ଏହି କାରରେ ବସି ଯାତ୍ରା କରନ୍ତି । ଏହାର ଦାମ୍‍ ୩କୋଟି ହେବ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜିନ୍‍ପିଙ୍ଗ ଯେଉଁ କାରଟି ଚୀନରେ ଯାତ୍ରା କରିବାକୁ ଦେଇଛନ୍ତି ତାହାର ଦାମ୍‍ ଶୁଣିଲେ ଆପଣଙ୍କ ହୋସ୍‍ ଉଡିଯିବ । ଏହି କାରର ମୂଲ୍ୟ ୬ଲକ୍ଷ ୮୦ହଜାର ଡଲାର ଅର୍ଥାତ୍‍ ଭାରତୀୟ ମୁଦ୍ରାରେ ୬କୋଟି ଟଙ୍କା । କାରର ନାମ ହେଉଛି ହଙ୍ଗକ୍ୱି ଏଲ୍‍-୫, ଏହି କାର ଚୀନର ସବୁଠାରୁ ବଡ ବ୍ରାଣ୍ଡ ଏବଂ ଦାମୀ ବୋଲି କୁହାଯାଉଛି । ୨୦୧୯ରେ ଏହି କାର ନେଇ ଜିନ୍‍ପିଙ୍ଗ ଭାରତ ଆସିଥିଲେ । ଏହି କାରରେ ଯାତ୍ରାବେଳେ ଯଦି କେହି ଗୁଳିମାନେ ବା ବମ୍‍ ପକାଏ ତେବେ କାରରେ ବସିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ । ମୋଦୀ ବିଦେଶ ଗସ୍ତରେ ଯିବା ବେଳେ ନିଜ କାର ସାଙ୍ଗରେ ନେଇ ଯାଇନଥାନ୍ତି । ସେଠାରେ ତାଙ୍କୁ ଭିନ୍ନ ଭିନ୍ନ କାରରେ ଯାତ୍ରା କରିବାକୁ ଦିଆଯାଇଥାଏ ।

- Advertisement -

ସାଧାରଣ ଭାବରେ ଏହି କାରର ତିନୋଟି ମଡେଲ ଚୀନରେ ତିଆରି କରାଯାଏ । ପ୍ରଥମତଃ ଜିନ୍‍ପିଙ୍ଗଙ୍କ ପାଇଁ, ଦ୍ୱିତୀୟଟି ସେନା ପାଇଁ ଏବଂ ତୃତୀୟ ମଡେଲଟି ନିଜ ଦେଶର ଜନତାଙ୍କ ପାଇଁ । ଏହି କାର ଚିନ୍‍ ଏପର୍ଯ୍ୟନ୍ତ କାହାକୁ ବିକ୍ରି କରିନାହିଁ । ହେଲେ ବର୍ତ୍ତମାନ ଚୀନ ଏହାର ମାର୍କେଟ ବଢାଇବା ଯୋଜନା ରଖିଥିବା ବେଳେ ମୋଦୀଙ୍କ ଉପହାର ଦେବା ପଛରେ ଏହା ଏକ କାରଣ ହୋଇପାରେ । ଜିନ୍‍ପିଙ୍ଗ ପୂର୍ବରୁ ପୁଟିନଙ୍କ ମଧ୍ୟ ଏକ କାର ଗିଫ୍ଟ ଦେଇଥିଲେ । ଆଉ ଏବେ ମୋଦୀଙ୍କୁ ନିଜ ପସନ୍ଦର କାର ଗିଫ୍ଟ କରିଛନ୍ତି । ଯେଉଁଥିରୁ ଜଣାପଡୁଛି ଯେ ଜିନ୍‍ପିଙ୍ଗ ରୁଷ ଏବଂ ଭାରତକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି । ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ବେଳେ ଜିନ୍‍ପିଙ୍ଗ କହିଛନ୍ତି ଡ୍ରାଗନ୍‍ ଏବଂ ହାତୀ ଏକାଠି ହେବାର ସମୟ ଆସିଛି । ଯାହାର ମତଲବ ଚୀନ ଭାରତରେ ନିଜର ବଡ ଭବିଷ୍ୟତ ଦେଖୁଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories