କେନ୍ଦୁଝର: କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ହରିଚନ୍ଦନପୁର ପଞ୍ଚାୟତର ବାଉଁଶନାଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ଏକ ସରକାରୀ ଦେଶୀ ମଦଭାଟିକୁ ଜାଲିଦେବା ଘଟଣାରେ ପୁଲିସ ୨୨ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୧୮ଜଣ ମହିଳା ଥିବାବେଳେ ୪ଜଣ ପୁରୁଷ ରହିଛନ୍ତି। ସୂଚନାଥାଉକି, ଉକ୍ତ ମଦଭାଟିକୁ ବନ୍ଦ କରିବା ପାଇଁ ସ୍ଥାନୀୟ ସରପଞ୍ଚ ରଶ୍ମି ମୁଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଅଗଷ୍ଟ ୪ ତାରିଖରେ କେନ୍ଦୁଝର ଜିଲାପାଳଙ୍କୁ ଅବଗତ କରାଇଥିଲେ। ଏଥିସହ ଅଗଷ୍ଟ ୨୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ମଦଭାଟିକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲିଖିତ ଭାବେ ଅବଗତ କରିବା ସହ ୭ଦିନ ଭିତରେ ବନ୍ଦ କରିବାକୁ ଜଣାଇଥିଲେ। ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଶନିବାର ଶତାଧିକ ଆଦିବାସୀ ମହିଳା ଏକତ୍ର ହୋଇ ମଦଭାଟିକୁ ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଥିଲେ।
Popular Categories



