ସମାଜ ଡିଜିଟାଲ ଡେସ୍କ: ଚୀନ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଭେଟିଛନ୍ତି । ପୁଟିନଙ୍କ ସହ ସାକ୍ଷାତକୁ ସବୁବେଳେ ଏକ ସୁଖଦ ଏବଂ ଆନନ୍ଦଦାୟକ ଅଭିଜ୍ଞତା ବୋଲି ବର୍ଣ୍ଣନା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନିଜ ଏକ୍ସରେ ପୁଟିନଙ୍କ ସାକ୍ଷାତ ବେଳେର ଫଟୋ ପୋଷ୍ଟ କରିଛନ୍ତି । ଏହି ସାକ୍ଷାତକାର ତାଙ୍କୁ ଖୁବ୍ ଆନନ୍ଦ ଦେଇଛି ବୋଲି ସେ କହିଛନ୍ତି । ଏହାସହିତ ପ୍ରଧାନମନ୍ତୀ ମୋଦୀ ପୁଟିନ୍ ଏବଂ ଜିନ୍ପିଙ୍ଗଙ୍କ ସହ ତାଙ୍କର ମତାମତ ସେୟାର କରିଛନ୍ତି । ମୋଦୀ କହିଛନ୍ତି ଯେ ତିଆନଜିନରେ ଆଲୋଚନା ଜାରି ରହିଛି । ସାଙ୍ଘାଇ ସମନ୍ୱୟ ସଂଗଠନ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ ମତ ବିନିମୟ କରିଛନ୍ତି ।
Always a delight to meet President Putin! pic.twitter.com/XtDSyWEmtw
— Narendra Modi (@narendramodi) September 1, 2025
JUST IN: 🇷🇺🇨🇳🇮🇳 President Putin, PM Modi, and President Xi Jinping seen chatting laughing together at SCO Summit. pic.twitter.com/QNK03ilhwv
— BRICS News (@BRICSinfo) September 1, 2025



