www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ଜିଓମିର ୩୨ଇଞ୍ଚର ଆଣ୍ଡ୍ରଏଡ ସ୍ମାର୍ଟଟିଭି

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ଭାରତରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ରେଡମି ନୋଟ-୭ ଏବଂ ରେଡମି ନୋଟ-୭ପ୍ରୋ ଲଞ୍ଚ କରିଥିଲା। ଉଭୟ ଫୋନକୁ ଗୁରୁବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଥିଲା। ଏହାସହିତ ଜିଓମି ତରଫରୁ ୩୨ଇଞ୍ଚର ସ୍ମାର୍ଟ ଟିଭି ୪ଏ ପ୍ରୋକୁ ଲଞ୍ଚ କରାଯାଇଛି ଏବଂ ଏମଆଇ ସପୋର୍ଟ ବ୍ଲୁଟୁଥ ଇଅରଫୋନ ବେସିକ୍‍ ଲଞ୍ଚ କରାଯାଇଛି। ଏମଆଇ ଟିଭି-୪ଏ ପ୍ରୋ ୩୨ର ବିକ୍ରି ଅନଲାଇନ ଷ୍ଟୋର ଫ୍ଲିପକାର୍ଟ, ଏମଆଇ ଷ୍ଟୋର, ଏମଆଇ ଡଟ କମରେ ପରବର୍ତ୍ତି ସପ୍ତାହରୁ ଆରମ୍ଭ ହେବ।

courtesy-phonebunch

ଏମଆଇ ଟିଭି-୪ଏ ପ୍ରୋର ମୂଲ୍ୟ ଏବଂ ବିଶେଷତ୍ୱ
ଭାରତୀୟ ବଜାରରେ ଏହାର ମୂଲ୍ୟ ୧୨ହଜାର ୯୯୯ଟଙ୍କା। ଏହାର ବିକ୍ରି ମାର୍ଚ୍ଚ ୭ରୁ ହେବ। ଏଥିରେ ୩୨ଇଞ୍ଚର ଏଚଡି ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍‍ ୧୩୬୬/୭୬୮ପିକ୍ସଲ। ଏହାବ୍ୟତୀତ ଏଥିରେ ୨୦-୨୦ୱାଟର ଦୁଇଟି ସ୍ପିକର ରହିଛି।

- Advertisement -
courtesy-xioamitoday

ଏଥିରେ ପ୍ୟାଚୱାଲ ୟୁଆଇ ଦିଆଯାଇଛି। ଯାହାସହିତ ଆଣ୍ଡ୍ରଏଡ ଓରିୟୋ ୮.୧ର ସପୋର୍ଟ ରହିଛି। ଟିଭିରେ କ୍ୱାଡାକୋର ଏମୋଲୋଜିକ କର୍ଟେକ୍ସ-ଏ୫୩ପ୍ରୋସେସର, ଗ୍ରାଫିକ୍ସ ପାଇଁ ମାଲି-୪୫୦ ଏସପି-୩ ଜିପିୟୁ ଏବଂ ୧ଜିବି ରାମ ସହିତ ୮ଜିବିର ଷ୍ଟୋରେଜ ଦିଆଯାଇଛି। ଏହି ଟିଭିର ଓଜନ ୪କିଲୋଗ୍ରାମ।

courtesy-awaqa

ଟିଭି ସହିତ କ୍ରାମକାଷ୍ଟର ମଧ୍ୟ ସପୋର୍ଟ ମିଳିବ। ଏଥିରେ ଗୁଗୁଲ ଆସିଷ୍ଟାଣ୍ଟ ଏବଂ ବ୍ଲୁ-ଟୁଥର ସପୋର୍ଟ ଦିଆଯାଇଛି। ସଂଯୋଗ ପାଇଁ ଏଥିରେ ୟୁଏସବି ୨.୦ପୋର୍ଟ, ୩-ଏଚଡିଏମଆଇ ପୋର୍ଟ, ଏବି କମ୍ପୋନେଣ୍ଟ, ଇଅରଫୋନ ଜ୍ୟାକ ଏବଂ ୱାଇ-ଫାଇର ସପୋର୍ଟ ଦିଆଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories