ନୂଆଦିଲ୍ଲୀ : ଚୀନର ମୋବାଇଲ ନିର୍ମାତା କମ୍ପାନୀ ଜିଓମି ଏବେ ନଜର ପକାଇଛି ଶସ୍ତା ୪-ଜି ଫିଚର ଫୋନ ଉପରେ। ଜିଓମି କମ୍ପାନୀ ତରଫରୁ ଏବେ ଏକ ନୂଆ ଫିଚର ଫୋନ ଲଞ୍ଚ୍ କରାଯାଇଛି। ଏହି ୪-ଜି ଫିଚର ଫୋନର ନାମ ‘କ୍ୱିନ୍ ଏଆଇ’ ରଖାଯାଇଛି। ଏହି ଫୋନ ଏବେ କେବଳ ଚୀନ ବଜାରରେ ହିଁ ଲଞ୍ଚ୍ କରାଯାଇଛି। ଏହି ଫୋନ୍ରେ ରିୟଲ ଟାଇମ୍ ଭାଷା ଅନୁବାଦର ସୁବିଧା ଦିଆଯାଇଛି। ଯାହା ୧୭ଟି ଭାଷାକୁ ସପୋର୍ଟ କରିଥାଏ। ଏହି ଫୋନ୍ରେ ୪-ଜି ସହିତ ଭୋଲଟିଇ ସପୋର୍ଟ ମଧ୍ୟ ଦିଆଯାଇଛି।
‘ଜିଓମି କ୍ୱିନ ଏଆଇ’ ୪-ଜି ଫୋନ୍ର ମୂଲ୍ୟ
ଚୀନରେ ଏହି ଫୋନର ମୂଲ୍ୟ ୧୯୯ଚୀନ ୟାନ, ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨,୦୦୦ଟଙ୍କା ରହିଛି। ଏହି ଫୋନ୍ର ବିକ୍ରି ଜିଓମିର ଚମ୍ ଫଣ୍ଡିଙ୍ଗ୍ ପ୍ରୋଗ୍ରାମରେ ହେଉଛି।
‘ଜିଓମି କ୍ୱିନ ଏଆଇ’ ୪-ଜି ଫୋନ୍ର ବିଶେଷତ୍ୱ
ଏହି ଫୋନ୍ରେ ଆଣ୍ଡ୍ରଏଡ୍ ଆଧାରିତ ମୋକର ୫ ଓଏସ୍ ଦିଆଯାଇଛି। ଏହା ବ୍ୟତୀତ ଏଥିରେ ୟୁଏସବି ଟାଇପ୍-ସି ପୋର୍ଟ, ୧୪୮୦ଏମ୍ଏଚ୍ ବ୍ୟାଟେରୀ ଏବଂ ରିୟଲ ଟାଇମ୍ ଅନୁବାଦ ଦିଆଯାଇଛି। ଫୋନ୍ରେ ୨.୮ଇଞ୍ଚ୍ର ଡିସପ୍ଲେ ଏବଂ କ୍ୱାଡକୋର ପ୍ରୋସେସର୍ ଦିଆଯାଇଛି। ଏହି ଫୋନ୍ରେ ୨୫୬ଏମବି ରାମ୍ ଏବଂ ୫୧୨ଏମ୍ବି ଷ୍ଟୋରେଜ୍ ରହିଛି। ଏହା ବ୍ୟତୀତ ଫୋନ୍ରେ ୩.୫ ଏମଏଚ୍ ଜ୍ୟାକ୍ ଦିଆଯାଇଛି।
ବଜାରକୁ ଆସିଲା ଜିଓମିର ୪-ଜି ଫିଚର ଫୋନ, ଜିଓ ସହିତ ହେବ ଟକ୍କର
Popular Categories



