www.samajalive.in
Monday, December 15, 2025
14.1 C
Bhubaneswar

ଆଜୀବନ ଚୀନର ରାଷ୍ଟ୍ରପତି ରହିବେ ସି ଜିନ୍‌ ପିଙ୍ଗ୍‌

ବେଜିଂ: ସି ଜିନପିଙ୍ଗ ଆଜୀବନ ଚୀନର  ରାଷ୍ଟ୍ରପତି ରହିବାର ପଥ ପରିଷ୍କାର ହୋଇଛି । ରବିବାରରେ ସଂସଦରେ ବସିଥିବା ବୈଠକରେ  ତାଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଆଗରୁ ଚୀନରେ ଥିବା ରାଷ୍ଟ୍ରପତି ହେବାର ୨ଟି କାର୍ଯ୍ୟକାଳ  କଟକଣାକୁ ହଟାଇ ଦିଆଯାଇଛି ।  ଚୀନକୁ ଏକ ଆର୍ଥିକ  ଓ ଶକ୍ତିଶାଳୀ  ଦେଶରେ ପରିଣତ କରିବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା କୁହାଯାଇଛି । ପୂର୍ବରୁ ଚୀନର ପ୍ରତିଷ୍ଠାତା ମାଓ ଜେଦୋଙ୍ଗଙ୍କୁ ଏହି ଅଧିକାର ଦିଆଯାଇଥିଲା ।

ଚୀନରେ ଏହି ଐତିହାସିକ ସାମ୍ବିଧାନିକ ନିଷ୍ପତ୍ତି ପାଇଁ ମତ ଦାନ କରାଯାଇଥିଲା । ଏଥିରେ ରବରଷ୍ଟାମ୍ପ ପାର୍ଲାମେଣ୍ଟର ୨୯୫୮ ଜଣ ସପକ୍ଷରେ ମତ ଦାନ କରିଥିବା ବେଳେ ୨ ଜଣ ବିରୋଧରେ ମତ ଦାନ କରିଥିଲେ, ୩ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ ।

- Advertisement -

ସି ଜିନପିଙ୍ଗଙ୍କ କାର୍ଯ୍ୟକାଳ ୨୦୨୩ରେ ଶେଷ ହେବ । ମାତ୍ର ସମ୍ବିଧାନ ସଂଶୋଧନପରେ  ଶୀର୍ଷ ପଦରେ ରହିବା ପାଇଁ ତାଙ୍କ ପାଇଁ ପଥ ପରିଷ୍କାର ହୋଇଛି । ଚୀନ ସଂସଦର ପିପୁଲସ୍ କଂଗ୍ରେସରେ ୩ହଜାର ସାସଂଦଙ୍କ ମଧ୍ୟକୁ  ଦୁଇ ତୃତୀୟାଂଶ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କର ପାଇଁ ଥିବା ସମୟ ସୀମା କଟକଣାକୁ ହଟାଇ ଦେଇଛନ୍ତି । ଚୀନର ପ୍ରତିଷ୍ଠାତା ମାଓ ଜୋଦାଙ୍ଗଙ୍କ ପରେ ସି ଜିନପିଙ୍ଗଙ୍କୁ ସବୁଠାରୁ ଶକ୍ତିଶାଳୀ ନେତା ବୋଲି କୁହାଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories