www.samajalive.in
Monday, December 15, 2025
15.1 C
Bhubaneswar

ପ୍ରତ୍ୟେକ ବୁନ୍ଦା ଜଳ ଗଣନା, ଭବିଷ୍ୟତ ପାଇଁ ଏହାର ବ୍ୟବହାର ଉପରେ ଗୁରୁତ୍ବ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ‘ୱାଟର କର୍ପୋରେସନ ଅଫ ଓଡ଼ିଶା’ ‘ୱାଟକୋ’ ଆଜି ରାଜ୍ୟସ୍ତରୀୟ ‘ବିଶ୍ୱ ଜଳ ଦିବସ’ ପାଳନ କରିଛି । ଚଳିତ ବର୍ଷ ‘ବିଶ୍ଵ ଜଳ ଦିବସ’ର ବିଷଯବସ୍ତୁ ରହିଛି ‘ଶାନ୍ତି ପାଇଁ ଜଳ’ । ପ୍ରତିବର୍ଷ, ୨୨ ମାର୍ଚ୍ଚରେ ବିଶ୍ୱବ୍ୟାପୀ ଜଳ ଦିବସ ପାଳନ କରାଯାଏ, ଯାହା ଜଳ ସମ୍ବନ୍ଧୀୟ କୌଣସି ଏକ ପ୍ରମୁଖ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ ଏବଂ ବିଶ୍ୱରେ ଜଳ ଏବଂ ପରିମଳ ସଙ୍କଟକୁ ମୁକାବିଲା କରିବା ପାଇଁ ପ୍ରେରଣା ଯୋଗାଇଥାଏ ।

ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥୀଭାଥନନ୍ ଯୋଗଦେଇ କହିଛନ୍ତି ଯେ, ବିଶ୍ଵର ସ୍ଥିରତା ଏବଂ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଚଳିତ ବର୍ଷ ଗୁରୁତ୍ତ୍ଵ ଦିଆଯାଇଛି । ଯେତେବେଳେ ଆମେ ଜଳ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କାର୍ଯ୍ୟକରୁ, ଆମେ ଏକ ନିରନ୍ତର ଉନ୍ନତି ଦିଗରେ ଅଗ୍ରଣୀ ହେଉ l ସମନ୍ୱୟ ରକ୍ଷା କରିବା ଏବଂ ସମୃଦ୍ଧତା ସୃଷ୍ଟି କରିବାରେ ଏହା ଆମକୁ ସହାୟକ ହୁଏ । ଆସନ୍ତୁ ପ୍ରତ୍ୟେକ ବୁନ୍ଦା ଜଳକୁ ଗଣନା କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବୁଦ୍ଧିମତ୍ତା ସହିତ ଆମେ ଜଳର ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଥିଲେ l

- Advertisement -

‘ୱାଟକୋ’ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସ୍ଵାଇଁ ତାଙ୍କ ଭାଷଣରେ ବିଶ୍ୱ ଜଳ ଦିବସ ଅବସରରେ ଆମେ ସମସ୍ତେ ଜଳ ପାଇଁ ଏକ ହୋଇ ଭବିଷ୍ୟତରେ ଏକ ସ୍ଥିର ଏବଂ ସମୃଦ୍ଧ ବିଶ୍ବର ମୂଳଦୁଆ ପକାଇବା ଉପରେ ଆଲୋକପାତ କରିଥିଲେ l

ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟ ‘ଜନସ୍ୱାସ୍ଥ୍ୟ କାରିଗରୀ ସଂଗଠନ’ର ସର୍ବୋଚ୍ଚ ଯନ୍ତ୍ରୀ ପ୍ରସାନ୍ତ କୁମାର ମହାପାତ୍ର, ରାଜ୍ୟ ‘ଜଳ ଗୁଣବତ୍ତା ସୁନିଶ୍ଚିତ ସେଲ’ର ମୁଖ୍ୟ ପରାମର୍ଶଦାତା ଶିଶିର କୁମାର ରଥ, ‘ଓଡ଼ିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦର ପରାମର୍ଶଦାତା ବସନ୍ତ କୁମାର ସେନାପତି ସହ ‘ୱାଟକୋ’, ‘ଜନସ୍ୱାସ୍ଥ୍ୟ କାରିଗରୀ ସଂଗଠନ’, ‘ଓଡ଼ିଶା ଜଳ ଯୋଗାଣ ଏବଂ ପରିମଳ ପରିଷଦ’ ଓ ‘ଜଳ ଗୁଣବତ୍ତା ସୁନିଶ୍ଚିତ ସେଲର ବରିଷ୍ଠ ଅଧିକାରୀମାନେ ସଭାରେ ଯୋଗ ଦେଇଥିଲେ । ‘ୱାଟକୋ’ର ଜେନେରାଲ୍ ମ୍ୟାନେଜର୍ ଦେବବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories