www.samajalive.in
Friday, December 12, 2025
14.1 C
Bhubaneswar

ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫିତି ହାର ୨.୫୯କୁ ବୃଦ୍ଧି

ନୂଆଦିଲ୍ଲୀ: ପାଇକାରୀ ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫିତି ହାର ଗତ ଡିସେମ୍ବର ମାସରେ ଶତକଡ଼ା ୨.୫୯ ଭାଗକୁ ବୃଦ୍ଧି ପାଇଛି। ଗତବର୍ଷ ନଭେମ୍ବର ମାସରେ ଏହା ଶତକଡ଼ା ୦.୫୮ ଭାଗ ଥିଲା। ପିଆଜ ଓ ଆଳୁ ଭଳି ପନିପରିବାର ଅତ୍ୟଧିକ ଦାମ ବୃଦ୍ଧି ପାଇବାରୁ ପାଇକାରୀ ମୁଦ୍ରାସ୍ଫିତିରେ ଏଭଳି ବୃଦ୍ଧି ଘଟିଛି। ମାସିକ ପାଇକାରୀ ମୂଲ୍ୟଭିତ୍ତି ସୂଚିକ ମୁଦ୍ରାସ୍ଫିତି ଅନୁସାରେ ବାର୍ଷିକ ମୁଦ୍ରାସ୍ଫିତି ହାର ବର୍ଷେ ପୂର୍ବେ ଡିସେମ୍ବର ମାସରେ ଶତକଡ଼ା ୩.୪୬ ଭାଗ ରହିଥିଲା। ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ ୨୦୧୯ ଡିସେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫିତିହାର ଶତକଡ଼ା ୧୩.୧୨ ଭାଗକୁ ବୃଦ୍ଧି ପାଇଥିଲା। ନଭେମ୍ବରରେ ଏହା ଶତକଡ଼ା ୧୧ ଭାଗ ରହିଥିଲା।

ଅଣଖାଦ୍ୟ ପଦାର୍ଥ ମୁଦ୍ରାସ୍ଫିତି ହାର ପ୍ରାୟ ୪ ଗୁଣା ବୃଦ୍ଧି ପାଇ ନଭେମ୍ବର ମାସରେ ଶତକଡ଼ା ୧.୯୩ ଭାଗରୁ ଶତକଡ଼ା ୭.୭୨ ଭାଗକୁ ବୃଦ୍ଧି ପାଇଛି। ଖାଉଟି ମୂଲ୍ୟ ସୂଚୀଭିତ୍ତିକ ମୁଦ୍ରାସ୍ଫିତି ହାର ଗତ ପାଞ୍ଚ ବର୍ଷ ତୁଳନାରେ ବୃଦ୍ଧି ପାଇ ଡିସେମ୍ବର ମାସରେ ଶତକଡ଼ା ୭.୩୫ ଭାଗରେ ପହଞ୍ଚିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories