www.samajalive.in
Thursday, December 11, 2025
13.1 C
Bhubaneswar

ଜାମ୍ମୁ କାଶ୍ମୀରରେ ତୁଷାର ସ୍ଖଳନ – ୫ ନିରାପତ୍ତା ବାହିନୀ ଯବାନ ସହୀଦ

ଜାମ୍ମୁ: ଜାମ୍ମୁ କାଶ୍ମୀରରେ ଗତ ୪୮ ଘଣ୍ଟା ଧରି ତୁଷାର ସ୍ଖଳନ ଯୋଗୁଁ ୫ ଜଣ ନିରାପତ୍ତା ବାହିନୀ ଯବାନ ଓ ୫ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଉତ୍ତର କାଶ୍ମୀରର କୁପୁୱାଡା ଓ କେନ୍ଦ୍ରୀୟ କାଶ୍ମୀରର ଗନ୍ଦରବଲ ଜିଲ୍ଲାରେ ଏହି ତୁଷାର ସ୍ଖଳନ ହୋଇଛି। ଉତ୍ତର କାଶ୍ମୀର ସ୍ଥିତ ନିୟନ୍ତ୍ରଣରେଖା ଅଞ୍ଚଳ ସମେତ ଜାମ୍ମୁ କାଶ୍ମୀରର ପାହାଡ଼ିଆ ଇଲାକାରେ ପ୍ରବଳ ତୁଷାରପାତ ଯୋଗୁଁ ଏହି ତୁଷାର ସ୍ଖଳନ ହୋଇଛି। କୁପୁୱାଡା ଜିଲ୍ଲାର ମଛଲି ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖାଠାରେ ଏକ ବଡ଼ ତୁଷାର ସ୍ଖଳନ ହୋଇ ଆଗୁଆ ଘାଟି ଉପରେ ମାଡ଼ ହୋଇଥିଲା। ଏହା ମଧ୍ୟରେ ପୋତି ହୋଇଯାଇ ଚାରି ଜଣ ଯବାନ ପ୍ରାଣ ହରାଇଥିଲେ ଓ ବହୁ ଯବାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ସେହି ସ୍ଥାନରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କୁପୁୱାଡା ଜିଲ୍ଲାର ନାଓଗାମ୍‍ ସେକ୍ଟରରେ ମଧ୍ୟ ଜଣେ ବି.ଏସ୍‍.ଏଫ୍‍. ଯବାନଙ୍କର ପ୍ରାଣହାନୀ ଘଟିଛି। ଇତିମଧ୍ୟରେ ଗନ୍ଦରବଲ ଜିଲ୍ଲାର ଗୁଣ୍ଡକୁଲାନଠାରେ ଗତକାଲି ୫ଜଣ ସାଧାରଣ ଲୋକଙ୍କର ତୁଷାର ସ୍ଖଳନରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ତୁଷାର ଓ ତୁଷାର ସ୍ଖଳନ ଅଧ୍ୟୟନ ସଂସ୍ଥା ପକ୍ଷରୁ ଆସନ୍ତାକାଲି ପର୍ଯ୍ୟନ୍ତ ଲେହ ସମତେ ବିଭିନ୍ନ ସ୍ଥାନରେ ମୃଦୁ ତୁଷାର ସ୍ଖଳନର ସତର୍କତା ଜାରି କରାଯାଇଛି।

- Advertisement -

ତୁଷାରପାତ ପରିମାଣ:
# ଗୁରେଜ ଅଞ୍ଚଳ – ୫୧ ସେଣ୍ଟିମିଟର
# ମାଛିଲ ଅଞ୍ଚଳ – ୧୧୭ ସେଣ୍ଟିମିଟର
# କେରାନ ଏବଂ ଟଙ୍ଗଧର ଅଞ୍ଚଳr – ୫୬ ସେଣ୍ଟିମିଟର
# ନାଓଗାଁ ଅଞ୍ଚଳ – ୧୨୨ ସେଣ୍ଟିମିଟର
# ଉରୀ ଏବଂ ଗୁଲମାର୍ଗ ଅଞ୍ଚଳ – ୬୧ ସେଣ୍ଟିମିଟର

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories