www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ବର ସର୍ବବୃହତ୍ କଫି କପ୍‌

-କଫି ପାନୀୟର ଲୋକପ୍ରିୟତା ବିଶ୍ବର ପ୍ରମୁଖ ପ୍ରାନ୍ତରେ ଦେଖାଯାଇଥାଏ। ୧୭୦୦ଶତାବ୍ଦୀ ସମୟରେ କଫିକୁ ସମ୍ଭ୍ରାନ୍ତଙ୍କ ପାନୀୟ ଭାବେ ଜଣାଯାଉଥିଲା। ଆଜିର ସମୟରେ ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ ଏହି ପାନୀୟର ଆଦର ଦେଖାଯାଉଛି। କଲମ୍ବିଆର କାଲଡାସ୍‌ରେ ବିଶ୍ବର ସର୍ବବୃହତ୍ କଫି କପ୍ ନିର୍ମିତ ହୋଇଛି। ୨୨୭୪୦ ଲିଟର କ୍ଷମତାସମ୍ପନ୍ନ ଏହି କଫି କପ୍‌୍କୁ ସ୍ଥାନୀୟ ଏଲ୍‌କେଲିଡିୟା କମ୍ପାନୀ ତିଆରି କରିଛି। ଗିନିଜ୍ ବୁକ୍ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌‌ରେ କପ୍‌ଟି ସ୍ଥାନ ପାଇଥିବାବେଳେ ଏହାର ନିର୍ମାଣ ନିମନ୍ତେ ୧ ମାସରୁ ଅଧିକ ସମୟ ଲାଗିଥିଲା। ୫୦ଜଣିଆ ଦଳ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଏହି କଫି କପ୍ ତିଆରି କରିପାରିଥି​‌େ​‌ଲ। ଏବେ ପର୍ଯ୍ୟଟକଙ୍କ ନିମନ୍ତେ ଏହି କପ୍ ମୁଖ୍ୟ ଆକର୍ଷଣ ପାଲଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories