www.samajalive.in
Saturday, December 6, 2025
15.1 C
Bhubaneswar

କେଶ ପାଇଁ ହିତକାରୀ ଭୁର୍ସୁଙ୍ଗ ପତ୍ର

ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଭୁର୍ସୁଙ୍ଗ ପତ୍ରର ଅଧିକ ବ୍ୟବହାର ଦେଖାଯାଇଥାଏ। ଏହାର ବାସ୍ନା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରୁଥିବାବେଳେ ସ୍ବାସ୍ଥ୍ୟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଏ। ପୋଷକତତ୍ତ୍ବ ଭରପୂର ଭୁର୍ସୁଙ୍ଗ ପତ୍ର କେଶ ଘନତ୍ବ ବଢ଼ାଇବାରେ ସହାୟକ। ବିଶେଷଜ୍ଞଙ୍କ ମତରେ ଦୈନିକ ୫-୬ଟି ପତ୍ର ଖାଲିପେଟରେ ଖାଇଲେ କେଶ ଝଡ଼ା ସମୟକ୍ରମେ କମ୍ ହୁଏ। ପ୍ରୋଟିନ୍, ବିଟା-କ୍ୟାରୋଟିନ୍, ଆଣ୍ଟି-ଅକ୍ସିଡାଣ୍ଟସ୍, ମିନେରାଲ୍ସ, ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ଭୁର୍ସୁଙ୍ଗ ପତ୍ରର ପ୍ୟାକ୍ କେଶମୂଳରେ ଲଗାଇଲେ ତାହାର ଉତ୍ତମ ପ୍ରଭାବ ପଡ଼ିଥାଏ।

– ଅତ୍ୟଧିକ କେଶ ଝଡ଼ା, କେଶରେ ରୁପି, କେଶ ଅକାଳରେ ପାଚିବା ଇତ୍ୟାଦି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ, ଭୁର୍ସୁଙ୍ଗ ପତ୍ରକୁ ଶୁଖାଇ ପରେ ତାହାକୁ ଗୁଣ୍ଡ କରିନେବେ। ଏବେ ସେଥରୁ ୧ ଚାମଚ ନେଇ ଅଳ୍ପ ଦହି ମିଶାଇ କେଶମୂୂୂଳରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍ ପରେ କେଶକୁ ଶ୍ୟାମ୍ପୁ କରିନେବେ। ସପ୍ତାହକୁ ୨ଥର ଏହି ପ୍ୟାକ୍ ଲଗାଇଲେ ଫରକ୍ ଜାଣିହେବ।

- Advertisement -

–  ନଡ଼ିଆ ତେଲ କିମ୍ବା ସୋରିଷ ତେଲକୁ ଗରମ କରି ସେଥିରେ ୧୦-୧୨ଟି ଭୁର୍ସୁଙ୍ଗ ପତ୍ର ପକାଇ ଭଲଭାବେ ଫୁଟାଇବେ। ପରେ ତେଲକୁ ଥଣ୍ଡା କରି କେଶମୂଳରେ ଲଗାଇଲେ ଲାଭ ମିଳେ।

– ରାତିରେ ୧୦-୧୨ଟି ପେସ୍ତାବାଦାମକୁ ପାଣିରେ ବତୁରାଇ ରଖନ୍ତୁ। ସକାଳୁ ସେଥିରୁ ଚୋପା ଛଡ଼ାଇ ଗ୍ରାଇଣ୍ଡିଂ କରିବେ। ଏବେ ସେହି ମିଶ୍ରଣରେ ଭୁର୍ସୁଙ୍ଗ ପତ୍ରକୁ ମିଶାଇ ପୁନର୍ବାର ଗ୍ରାଇଣ୍ଡିଂ କରନ୍ତୁ। କେଶମୂଳରେ ଏହି ପ୍ୟାକ୍ ଲଗାଇ ୩୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ଏହି ଉପାୟରେ ଆପଣଙ୍କ କେଶର ଘନତ୍ବ ବଢ଼ିବା ସହ କେଶ ଝଡ଼ା ମଧ୍ୟ କମ୍ ହୁଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories