www.samajalive.in
Friday, December 5, 2025
17.1 C
Bhubaneswar

୨ୟ ଟେଷ୍ଟରେ ପରାଜୟ ସହ ସିରିଜ ହାରିଲା ଭାରତ

କ୍ରିଷ୍ଟଚର୍ଚ୍ଚ: ବ୍ୟାଟିଂ ବିଫଳତା ଯୋଗୁ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ୨ୟ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହା ସାଙ୍ଗକୁ କ୍ବିୱି ଦଳଠାରୁ ଭାରତ ୦-୨ରେ ସିରିଜ ହାରିଛି। ଟ୍ବି-୨୦​‌ରେ ଟିମ୍‌ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ପରେ ଦିନିକିଆ ଏବଂ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକମାନଙ୍କୁ ନିରାଶ କରିଛି।

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ସହଜରେ ଆତ୍ମସମର୍ପଣ କରିଦେଇଥିଲା। ଏହା ପରେ ଦ୍ବିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଲୟକୁ ଫେରି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳ ଏହି ମ୍ୟାଚରେ ବି ଆରମ୍ଭରୁ ସଂଘର୍ଷ କରିଥିଲା। ପ୍ରଥମ ଇନିଂସରେ ଭାରତ ୨୪୨ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୩୫ ରନ୍‌ କରିବାରେ ସଫଳ ହୋଇଥିଲା। ୨ୟ ଇନିଂସରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨୪ ରନ୍‌ରେ ସୀମିତ ରହିଥିଲା। ଫଳରେ ୧୩୨ ରନ୍‌ର ବିଜୟଲକ୍ଷ୍ୟକୁ ଘରୋଇ ଦଳ ମାତ୍ର ୩ ୱିକେଟ୍‌ ହରାଇ ହାସଲ କରିନେଇଛି। ଟମ୍‌ ଲଥାମ ୫୨ ଏବଂ ଟମ୍‌ ବ୍ଲଣ୍ଡେଲ ୫୫ ରନ୍‌ କରି ପ୍ରଥମ ୱିକେଟରେ ୧୦୩ ରନ୍‌ ଯୋଡ଼ି ଦଳର ବିଜୟକୁ ସହଜ କରିଦେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories