ଏକବିଂଶ ଶତାବ୍ଦୀ, ସବୁକିଛିରେ ଆମେ ଅତ୍ୟାଧୁନିକତାର ସ୍ପର୍ଶ ପାଉଛେ। କର୍ମଜୀବୀ ମହିଳା ନବଜାତ ଶିଶୁଙ୍କ ଦେଖାରଖା ନିମନ୍ତେ ବଜାରରେ ଓ ଅନ୍-ଲାଇନ୍ ସାଇଟ୍ରେ ବିଭିନ୍ନ ପ୍ରକାରର ଜିନିଷ ଉପଲବ୍ଧ ହେଉଛି। ତନ୍ମଧ୍ୟରୁ ଅନ୍ୟତମ ହେଲା, ‘ବୋଟଲ୍ ସ୍ଲିଙ୍ଗ୍’। ଏହା ସହାୟତାରେ ଆପଣଙ୍କ କୁନି ପିଲା ଖୁବ୍ ଆରାମରେ ବୋତଲରେ ଖିର ପିଇପାରିବ। ଯଦି କୌଣସି କାମରେ ବ୍ୟସ୍ତରେ ଅଛନ୍ତି କିମ୍ବା ଗୋଟିଏ ହାତରେ ଲ୍ୟାପଟପରେ କାମ କରୁଛନ୍ତି, ଏହି ସ୍ଲିଙ୍ଗ୍ ସାହାଯ୍ୟରେ ପିଲା ବୋତଲରେ ଖିର ପିଇବ। ପିଲାମାନେ ଶୋଇବାବେଳେ କଡ଼ ଏପାଖସେପାଖ କରିଥାନ୍ତି, ସ୍ଲିଙ୍ଗ୍ ମଧ୍ୟ ସେହି ଅନୁରୂପ କାର୍ଯ୍ୟ କରିଥାଏ। ବୋତଲ ଏହି ସ୍ଲିଙ୍ଗ୍ରୁ ଖସିଯିବାର ଭୟ ମଧ୍ୟ ନଥାଏ। ବିଭିନ୍ନ ଡିଜାଇନ ଓ ଉଚ୍ଚକ୍ଷମତାସମ୍ପନ୍ନ ସ୍ଲିଙ୍ଗ୍ ମିଳୁଥିବାବେଳେ ବୋତଲରୁ ଖିର ଶେଷହେଲେ ଏହା ତୁରନ୍ତ ସଙ୍କେତ ଦିଏ। ଏହି ବୋଟଲ୍ ସ୍ଲିଙ୍ଗ୍ ୨,୫୦୦- ୬୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ।
Popular Categories



