www.samajalive.in
Monday, December 15, 2025
14.1 C
Bhubaneswar

ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳିତ-ଆନୁଷଙ୍ଗିକ କୃଷି କ୍ଷେତ୍ରରେ ବ୍ୟାପକ ରୋଜଗାରର ବାଟ ରହିଛି

ଭୁବନେଶ୍ୱର:ନିଯୁକ୍ତି ତଥା ଆତ୍ମନିଯୁକ୍ତି ମାଧ୍ୟମରେ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ବ୍ୟାପକ ରୋଜଗାରର ବାଟ ରହିଛି। ମନୁଷ୍ୟର ଜୀବନଶୈଳୀ ବଦଳିବା ସହିତ ରୁଚି ବଦଳିଛି, ଚାହିଦା ବଢ଼ିଛି ଏବଂ ଏଥିସହ ଦୁଗ୍ଧ, ମାଂସ ଓ ଅଣ୍ଡା ଆଦି ଖାଦ୍ୟର ଉତ୍ପାଦନରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି।ଆଜି କୃଷି ଭବନ ପ୍ରେକ୍ଷାଳୟରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ସରକାରୀ ଭାବେ ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳନ ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟି୍ରକ୍‌ ଟନ୍‌ରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ମାଂସ ଉତ୍ପାଦନ ପ୍ରାୟ ଛଅଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ୩୮.୩୮ ହଜାର ମେଟି୍ରକ୍‌ ଟନ୍‌ରୁ ୨୦୨୧ ମସିହାରେ ଏହା ୨୧୩.୦୯ ହଜାର ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୨୦୦୧ ମସିହାରେ ୭୩୦୧.୦୪ ଲକ୍ଷ ଅଣ୍ଡାରୁ ୨୦୨୧ ମସିହାରେ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତି।
ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ପ୍ରାଣୀପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି, ଯାହା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ୍‌ ଭାବରେ ପରିଗଣିତ ହୋଇଛି। ରାଜ୍ୟରେ ୫୪୧ ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀପାଳକମାନଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରଜନନ ଏବଂ ପରାମର୍ଶ ସେବା ଯୋଗାଇ ଦିଆଯାଉଛି। ସାରା ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ୍‌ ମାଧ୍ୟମରେ ଚାଷୀଙ୍କ ଦ୍ୱାରଦେଶରେ ପ୍ରାଣୀଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ରକ୍ତ, ମୂତ୍ର ଆଦି ନମୂନା ପରୀକ୍ଷଣ ମାଧ୍ୟମରେ ପ୍ରାଣୀରୋଗ ନିୟନ୍ତ୍ରଣ ପାଇଁ ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲାସ୍ତରରେ ରୋଗ ନିରୁପଣ ଲାବୋରେଟୋରୀ କାର୍ଯ୍ୟ କରୁଛି । ପ୍ରାଣୀ ଚିକିତ୍ସକମାନଙ୍କ ଅକ୍ଳାନ୍ତ ଉଦ୍ୟମରେ ପ୍ରାଣୀସଂପଦ ବିକାଶ ବିଭାଗର ଗୁରୁତ୍ୱ ବଢ଼ିଛି ଏବଂ ଏହି ବୃଦ୍ଧି ପ୍ରକ୍ରିୟାକୁ ଜାରି ରଖିବା ନିମନ୍ତେ ସରକାର ସର୍ବଦା ଚେଷ୍ଟାରତ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି।

ପ୍ରକାଶ ଥାଉ କି, ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀପାଳନ କାର୍ଯ୍ୟକଳାପ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ-୨୦୨୨’ ପାଳିତ ହୋଇଯାଇଛି। ପ୍ରତିବର୍ଷ ଅପ୍ରେଲ ମାସର ଶେଷ ଶନିବାର ଦିନ ‘ବିଶ୍ୱ ପ୍ରାଣୀଚିକିତ୍ସା ଦିବସ’ ପାଳନ କରାଯାଏ ଏବଂ ଚଳିତ ବର୍ଷ ଏହାକୁ ‘ପ୍ରାଣୀ ଚିକିତ୍ସା ସେବାର ସୁଦୃଢ଼ୀକରଣ’ ପ୍ରସଙ୍ଗ ସହିତ ପାଳନ କରାଯାଉଛି।
ଏହି ସମାରୋହରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ପ୍ରାଣୀ ସ୍ୱାସ୍ଥ୍ୟସେବା, ପ୍ରାଣୀ କଲ୍ୟାଣ ଏବଂ ପ୍ରାଣୀପାଳନରେ ଶତାଧିକ ପ୍ରାଣୀ ଚିକିତ୍ସକ ଓ ସହାୟକ କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଛି । ରାଜ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ନୂତନ ବ୍ୟବସାୟିକ ଓ ଅର୍ଦ୍ଧବ୍ୟବସାୟିକ କୁକୁଡ଼ା ଫାର୍ମ ଏବଂ ଛେଳିପାଳନ ପାଇଁ ରିହାତି ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି । ଦୁଗ୍ଧ ଓ ଦୁଗ୍ଧଜାତ ବିଭିନ୍ନ ଉତ୍ପାଦର ଚାହିଦା ବୃଦ୍ଧି ସହିତ ଓମ୍‌ଫେଡ୍‌ର ପ୍ରସାର ବିଷୟରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି।
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆର୍‌, ରଘୁପ୍ରସାଦ କହିଛନ୍ତି ଯେ କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋପ୍ରଜାତିର ଜେନେଟିକ୍‌ ଉନ୍ନତିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ରାଜ୍ୟରେ ଏକ ମିଶନ ମୋଡ଼୍‌ରେ ନିଆଯାଇଛି। ପ୍ରାଣୀସଂପଦ ସହାୟକ କେନ୍ଦ୍ରସ୍ତରରେ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ଲିଙ୍ଗ ନିରୁପିତ ଶୁକ୍ର ଉପଲବ୍ଧ ଅଛି, ଯାହା କେବଳ ୯୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାରେ ସହାୟକ ହେବ ଏବଂ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବ।
ଏହି ଅବସରରେ ପ୍ରାଣୀସଂପଦ ପରିଚାଳନା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡ଼ିଓ ବାର୍ତ୍ତା ଏବଂ ପ୍ରାଣୀସଂପଦ ବିକାଶ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।
ଉତ୍ସବରେ ଅଗ୍ରଣୀ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ପ୍ରାଣୀପାଳନ କ୍ଷେତ୍ରରେ ସେମାନଙ୍କ ସଫଳତା ପାଇଁ ସମ୍ମାନିତ କରାଯାଇଥିବାବେଳେ ପ୍ରାଣୀଚିକିତ୍ସା ସେବାରେ ଉଲ୍ଲେଖନୀୟ ସଫଳତା ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ପ୍ରାଣୀ ଚିକିତ୍ସକ ଏବଂ ବୈଷୟିକ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜିତ ସଭାରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଡ. ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ରାଜ୍ୟର ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ପ୍ରାଣୀପାଳକ ତଥା ଅଧିକାରୀବୃନ୍ଦ ଉପସ୍ଥିତ ଥିବାବେଳେ ପ୍ରତିଜିଲ୍ଲାରୁ ଅଂଶଗ୍ରହଣକାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories