www.samajalive.in
Sunday, December 7, 2025
26.1 C
Bhubaneswar

ସାକ୍ଷୀଗୋପାଳ କୃଷି ଫାର୍ମରେ ବିଶ୍ୱ ମୃତ୍ତିକା ଦିବସ

ସୁଆଣ୍ଡୋ : ପୁରୀ ଜିଲା କୃଷି ମଣ୍ଡଳ ପକ୍ଷରୁ ସାକ୍ଷୀଗୋପାଳ ସରକାରୀ କୃଷି ଫାର୍ମ ପରିସରରେ ମଙ୍ଗଳବାର ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଯାଇଛି। ୨୦୧୫ ମସିହା ଠାରୁ ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଡିସେମ୍ବର ପାଞ୍ଚ ତାରିଖରେ ସରକାରୀ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି ଡାଇରେକ୍ଟର ଚନ୍ଦ୍ରଶେଖର ରାଓ, ମୃତ୍ତିକା ବିଶେଷଜ୍ଞ ସୁନିତା ମିଶ୍ର, ଟେକନିକାଲ ଅଫିସର ପ୍ରସନ୍ନ ସାମନ୍ତ, ଜିଲା କୃଷି ଅଧିକାରୀ ଅଜୟ ବେହେରା, ନୋଡାଲ ଅଫିସର ବିଜୟ କେତନ ସାହୁ, କୃଷି ବିଜ୍ଞାନୀ ଦୀପଶିଖା ପରମଜିତ, ଆତ୍ମା ସଭାପତି ବେବିଲାଲ ମିଶ୍ର ପ୍ରମୁଖ ମୃତ୍ତିକା ପରୀକ୍ଷା କରିବା ପାଇଁ ଉପସ୍ଥିତ ଅଗ୍ରଣୀ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ଧୃବଚରଣ ଦାଶ, ସୁନୀଲ ପଣ୍ଡା ପୁରୀ, ରେଡିଓ କେନ୍ଦ୍ର ମୁଖ୍ୟ ଅଭୟ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories