ପୁରୀ: ଆଜି(ବୁଧବାର) ଶ୍ରୀଜିଉଙ୍କର ବନକଲାଗି ନୀତି। ଏଥିଲାଗି ୪ଘଣ୍ଟା ଲାଗି ମହାପ୍ରଭୂଙ୍କ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସର୍ବସାଧାରଣ ଦର୍ଶନରୁ ବଞ୍ଚିତ ରହିବେ। ତେବେ ଏହି ସମୟରେ ଭକ୍ତମାନେ ମନ୍ଦିରର ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରଖାଯାଏ ।
Popular Categories



