BJD Bijuli 480×75 Mob

ବିଶ୍ୱର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦି, ପୁତିନ, ଟ୍ରମ୍ପ

BJD Bijuli 480×75 Mob
0

ନ୍ୟୁୟର୍କ : ‘ଟାଇମ’ ପତ୍ରିକା ପକ୍ଷରୁ ଚଳିତବର୍ଷର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଇଛନ୍ତି। ମୋଦିଙ୍କ ବ୍ୟତୀତ ଏହି ତାଲିକାରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁତିନ୍‌ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମଧ୍ୟ ସ୍ଥାନିତ ହୋଇଛନ୍ତି। ଆସନ୍ତା ମାସରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ‘ଟାଇମ’ ପତ୍ରିକା ପକ୍ଷରୁ କୁହାଯାଇଛି। ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବା ପୂର୍ବରୁ ପତ୍ରିକାର ସମ୍ପାଦକ ଜନତାଙ୍କ ମତାମତ ଜାଣିବାକୁ ଚାହିଁଛନ୍ତି। ଏ ନେଇ ଅନ୍‌ଲାଇନ୍‌ ମାଧ୍ୟମରେ ଭୋଟ ଦେବାକୁ ଅନୁରୋଧ କରାଯାଇଛି। ମୋଦି ପୂର୍ବରୁ ୨୦୧୬ ଏବଂ ୨୦୧୭ ରେ ମଧ୍ୟ ଏହି ତାଲିକାରେ ସ୍ଥାନ ଲାଭ ପାଇଁ ଦାବିଦାର ଥିଲେ। ୨୦୧୫ରେ ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚୂଡାନ୍ତ ତାଲିକାରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବରାକ ଓବାମାଙ୍କ ସହିତ ମୋଦିଙ୍କ ନାମ ସ୍ଥାନ ପାଇଥିଲା। ଟାଇମ୍‌ର ସମ୍ପାଦକଙ୍କ ଦ୍ୱାରା ଲିଖିତ ମୋଦିଙ୍କ ଜୀବନୀ ସମ୍ବନ୍ଧୀୟ ଏକ ଅନୁଚ୍ଛେଦ ସେହିବର୍ଷ ପତ୍ରିକାରେ ସ୍ଥାନ ପାଇଥିଲା।
ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ୍‌-ଉନ୍‌, ପାକିସ୍ତାନୀ-ଆମେରିକୀୟ ଅଭିନେତା କୁମୈଲ୍‌ ନାଞ୍ଜିଆନି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା, ଜ୍ୱାଇଁ ତଥା ବରିଷ୍ଠ ପରାମର୍ଶଦାତା ଜାରେଦ୍‌ କୁଶନେର, ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ, ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌, ବ୍ରିଟେନ୍‌ ରାଜପରିବାରର ସଦସ୍ୟ ରାଜକୁମାର ୱିଲିୟମ, ତାଙ୍କ ପତ୍ନୀ କ୍ୟାଥରିନ୍‌, ରାଜକୁମାର ହ୍ୟାରୀ, ତାଙ୍କ ଭାବିପତ୍ନୀ ମେଘନା ମର୍କେଲ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଚଳିତବର୍ଷ ତାଲିକାରେ ସ୍ଥାନ ପାଇଛନ୍ତି।

Leave A Reply