www.samajalive.in
Saturday, December 6, 2025
26.1 C
Bhubaneswar

୩ ଦିନରେ ବଦଳିଲା ବିଶ୍ୱ ରାଜନୀତି; ଜାଣନ୍ତୁ କିପରି

ନୂଆଦିଲ୍ଲୀ : ସାରା ଦୁନିଆରେ କିଛି ଦିନ ହେବ ଭାରତ-ରୁଷ ଓ ଚୀନ ଜବରଦସ୍ତ ଚର୍ଚ୍ଚାରେ ରହିଛି । ଟ୍ରମ୍ପଙ୍କ ଟାରିଫ୍‌ ପରେ ଏହି ୩ ଦେଶଙ୍କ ଯୋଡି ଏବେ ଆମେରିକା ରାଷ୍ଟ୍ରପତିଙ୍କ ଚିନ୍ତାର କାରଣ ବୋଲି କୁହାଯାଉଛି । ମାତ୍ର ୩ ଦିନରେ ବିଶ୍ୱ ରାଜନୀତି କିପରି ବଦଳିଗଲା, ତା’ ଉପରେ ରହିଛି ସଭିଁଙ୍କ ନଜର ।

ରିପୋର୍ଟ ଅନୁଯାୟୀ, ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ବିଶ୍ୱ ରାଜନୀତିରେ ଏପରି ସମୀକରଣ ସୃଷ୍ଟି କରିଛି ଯାହା ଆଗାମୀ ଦିନରେ ବହୁତ ପରିବର୍ତ୍ତନ ଆଣିପାରେ। ତିନି ଦେଶର ମୁଖ୍ୟମାନେ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସହଭାଗୀତାକୁ ମଜବୁତ କରିବାର ବାର୍ତ୍ତା ଦେଇଛନ୍ତି । ଏହି ବୈଠକ ଆମେରିକାକୁ ଏକ ଉପଯୁକ୍ତ ଜବାବ ବୋଲି କୁହାଯାଉଛି । ବିଶେଷକରି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ରୁଷରୁ ତେଲ କିଣିବା ଉପରେ ୫୦% ଶୁଳ୍କ ଲାଗୁ କରିବା ଉପରେ ପ୍ରଶ୍ନ ଉଠାଇଥିଲେ। ସେଥିପାଇଁ ଟ୍ରମ୍ପ ସୋସିଆଲ ମିଡିଆରେ କଟାକ୍ଷ କରି କହିଥିଲେ, “ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ସି, ପୁଟିନ ଏବଂ କିମଙ୍କୁ ମୋର ନମସ୍କାର।”

- Advertisement -

ଗତ କିଛି ଦିନ ମଧ୍ୟରେ ଚୀନ୍‌ରେ ଅନେକ ଘଟଣା ଘଟିଛି । ଏହାକୁ ନେଇ ସବୁଠି ଆଲୋଚନା ହେଉଛି। ବୁଧବାର ଦିନ, ଚୀନ୍‌, ଉତ୍ତର କୋରିଆ ଏବଂ ରୁଷର ନେତାମାନେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିଲେ । ବେଜିଂର ରାସ୍ତାରେ ଉଚ୍ଚ-ପ୍ରଯୁକ୍ତି ସାମରିକ ଉପକରଣ ଏବଂ ହଜାର ହଜାର ସୈନିକଙ୍କୁ ପରେଡ୍‌ କରୁଥିବା ଦେଖିବାକୁ ମିଳିଥିଲା। ଏହାର ମାତ୍ର ଦୁଇ ଦିନ ପୂର୍ବରୁ, ସାଂଘାଇ ସହଯୋଗ ସଂଗଠନର ଏକ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକାଠି ହସି ହାତ ମିଳାଇ ଦେଖାଯାଇଥିଲା। ଏହି ସବୁ ଆମେରିକା ଏବଂ ଏହାର ସହଯୋଗୀମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛି।

ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍‌ ହେବେ ଧନୀ..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories