ବିଶ୍ବ ଦୁଗ୍ଧ ଦିବସ

ନିୟମିତ ଖିର ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୁଏ। ଖିର ଆମ ଶରୀର ପାଇଁ କେତେ ଜରୁରୀ, ସେ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ବିଶ୍ବସ୍ତରରେ ‘ଦୁଗ୍ଧ ଦିବସ’ ପାଳିତ ହେଉଛି। ଜାତିସଂଘର ଖାଦ୍ୟ ଓ କୃ​‌ଷି ସଙ୍ଗଠନର ଅନୁମୋଦନରେ ୨୦୦୧ ଜୁନ୍ ୧ରେ ପ୍ରଥମଥର ‘ବିଶ୍ବ ଦୁଗ୍ଧ ଦିବସ’ ପାଳନ କରାଯାଇଥିଲା। ବିଶେଷଜ୍ଞ ଦଳ କହିଛନ୍ତି, ସବୁ ବୟସ ଓ ବର୍ଗର ଲୋକେ ଖିର ପିଇବା ଉଚିତ। କେହି କଞ୍ଚା ଖିର ବ୍ୟବହାର କରନ୍ତି ତ’ ଅନ୍ୟ କେହି ଫୁଟା ଖିରକୁ ପିଇବାକୁ ପସନ୍ଦ କରନ୍ତି। ‘ବିଶ୍ବ ଦୁଗ୍ଧ ଦିବସ’ ପାଳନର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣ ଏହି ପାନୀୟ ଓ ଦୁଗ୍ଧଜାତ ଦ୍ରବ୍ୟର ଉପକାରିତା ବିଷୟରେ ସଚେତନ ହେବା। ୨୦୨୨ରେ ୧୨୭ଟି ଦେଶରେ ଦୁଗ୍ଧ ଦିବସ ଆଧାରିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Comments are closed.