ଡେସ୍କ: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଓ ନୀତି ବିକାଶର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାଲେରୀ ଏନ୍ ଗୁଆରନିରି ଆଜି ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ଆଇଏଏସ୍ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଭବିଷ୍ୟତର ଭାଗିଦାରୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ରାଜ୍ୟର ଦୁର୍ବଳ ଜନସଂଖ୍ୟା ପାଇଁ ଉତ୍ତମ ପୋଷଣ ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ରାଜ୍ୟ ସରକାର ଓ ଉନ୍ନୟନ କମିଶନରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଡିଏସ୍ ହିତାଧିକାରୀଙ୍କ ପାଇଁ ଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅନେକ ଅଗ୍ରଣୀ ପଦକ୍ଷେପ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି, ଯେପରିକି ଖାଦ୍ୟଶସ୍ୟ ଘରେ ଘରେ ପହଞ୍ଚାଇବା, ନିର୍ଦ୍ଧାରିତ ଦିନରେ ବଣ୍ଟନ ଏବଂ ଅତ୍ୟଧିକ ରିହାତି ଦରରେ ଗରମ ରନ୍ଧା ଖାଦ୍ୟ ସହିତ ଆଉଟଲେଟ୍ ଇତ୍ୟାଦି।
ପୋଷଣ ଓ ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା
Popular Categories



