www.samajalive.in
Monday, December 15, 2025
15.1 C
Bhubaneswar

ବିଶ୍ୱ ମତ୍ସ୍ୟ ଦିବସ : ଓଡିଶାକୁ ମିଳିଲା ୨ଟି ପୁରସ୍କାର

ନୂଆଦିଲ୍ଲୀ : ଆଜି ବିଶ୍ୱ ମତ୍ସ୍ୟ ଦିବସ। ପ୍ରତିବର୍ଷ ନଭେମ୍ବର ୨୧ ତାରିଖ ଦିନ ଏହି ବିଶ୍ୱ ମତ୍ସ୍ୟ ପାଳନ ଦିବସ ପାଳିତ ହୋଇଥାଏ। ମତ୍ସ୍ୟପାଳନ,ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଦ୍ୱାରା ଏନ୍‍ଏଏସ୍‍ସି ପରିସର ମଧ୍ୟରେ ଏହି ଦିବସ ପାଳନ କରାଯାଇଛି।

ପ୍ରଥମ ଥରପାଇଁ ୨୦୧୯-୨୦ ବର୍ଷ ଲାଗି ମତ୍ସ୍ୟପାଳନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସେପ୍ଟେମ୍ବର ୧୦ ତାରିଖରେ ‘ପି.ଏମ୍‍. ମତ୍ସ୍ୟସମ୍ପଦା ଯୋଜନା’ର ଶୁଭାରମ୍ଭ କରିଥିଲେ। ଏହି
ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ଲାଗୁ ହେବ ଓ ଏ ବାବଦରେ ୨୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହି ଯୋଜନା ଅନୁସାରେ ଦେଶରେ ମତ୍ସ୍ୟ ଉତ୍ପାଦନ ୨୨ ନିୟୁତ ମେଟ୍ରିକ୍‍ ଟନ୍‍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିପାରିବ।

- Advertisement -

ବିଶ୍ୱ ମତ୍ସ୍ୟ ଦିବସ ଉପଲକ୍ଷେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ତରଫରୁ ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଏବଂ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଆନ୍ତର୍ଦେଶୀୟ ଜିଲ୍ଲା ଭାବେ ସମ୍ମାନିତ କରାଯାଇଛି। କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ଓଡିଶା ସରକାର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟ ମତ୍ସ୍ୟ ବିଭାଗ, ମତ୍ସ୍ୟ ଚାଷୀଙ୍କୁ ଏଵଂ କଳାହାଣ୍ଡି ବାସୀଙ୍କୁ ଏହି ରାଷ୍ଟ୍ରୀୟ ସ୍ତରୀୟ ପୁରସ୍କାର ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ଆଗାମୀ ଦିନରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା” ର ସଫଳ କାର୍ଯ୍ୟକାରିତା ନେଇ ଓଡିଶା ସରକାରଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories