www.samajalive.in
Monday, December 15, 2025
26.1 C
Bhubaneswar

ଜିନ୍ଦଲ କାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଯୋଡା: ବୃକ୍ଷରୋପଣ ଓ ମିନି ମାରାଥନ ମାଧ୍ୟମରେ ଜେଏସପିଏଲ ପରିଚାଳିତ ଦେଓଝର ସ୍ଥିତ ଜିନ୍ଦଲ କାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି। ଏ ସଂକ୍ରାନ୍ତରେ କାରଖାନା ପକ୍ଷରୁ ବୁଧବାର ପୂର୍ବାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର ମିନି ମାରାଥନରେ ଆବାଳ ବୃଦ୍ଧ ବନିତା ଅଂଶଗ୍ରହଣ କରି ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଉପଲକ୍ଷେ କାରଖାନା କର୍ତ୍ତୁପକ୍ଷଙ୍କ ପକ୍ଷରୁ ‘ବିଟ୍‍ ଏୟାର ପଲ୍ୟୁସନ୍‍’ ସନ୍ଦର୍ଭରେ ବିଭିନ୍ନ ପରିବେଶ ସମ୍ପର୍କୀତ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା।

ଏହି ଅବସରରେ ଆୟୋଜିତ ଏକ ବୌଦ୍ଧିକ ଆଲୋଚନା ଚକ୍ରରେ କାରଖାନାର ମୁଖ୍ୟ ଜି.ସୁରେଶା ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବା ସମୟରେ କାରଖାନା ପରିସରରେ ଆୟୋଜିତ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଶ୍ରୀ ସୁରେଶାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାରଖାନା ପରିସରରେ ୨୦୦ ଚାରା ରୋପଣ ହୋଇଥିବାର ସୂଚନାରୁ ପ୍ରକାଶ। ଉତ୍ତରାଧିକାରୀ ସୂତ୍ରରେ ପୂର୍ବଜଙ୍କ ନିକଟରୁ ପାଇଥିବା ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଓ ଖଣିଜ ସମ୍ପଦର ରକ୍ଷଣା ବେକ୍ଷଣ ଓ ପରିବର୍ଦ୍ଧନ ମାଧ୍ୟମରେ ଉତ୍ତର ପିଢୀ ନିମନ୍ତେ ସଂରକ୍ଷଣ ଆମ୍ଭ ମାନଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ସୁରେଶା ଏହି ଅବସରରେ ଉପସ୍ଥିତିଙ୍କୁ ଆହ୍ୱାନ କରିଥିଲେ। ତେବେ ଶିଳ୍ପ ଓ ପରିବେଶ ପରସ୍ପର ପରିପୂରକ। ଶିଳ୍ପ ମୁଦ୍ରାର ଗୋଟିଏ ପାର୍ଶ୍ବ ହେଲେ ପରିବେଶ ମୁଦ୍ରାର ଜ୍ୟୋତି ବୋଲି ଶ୍ରୀ ସୁରେଶା ଉଦ୍‍ବୋଧନ ଦେଇଥିଲେ। ତେଣୁ ଶିଳ୍ପ ପ୍ରଭାବିତ ଗ୍ରାମ ସମୂହର ପରିସ୍କାର ପରିଚ୍ଛନ୍ନତା ପ୍ରତି ଶ୍ରୀ ସୁରେଶା ଏହି ଅବସରରେ ଗୁରୁତ୍ୱାରୋପ କରିଥିବା ସମୟରେ ସନ୍ନିକଟ ଅଞ୍ଚଳକୁ ଘନ ସବୁଜିମାମୟ କରିବା ନିମନ୍ତେ ଜିନ୍ଦଲ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories