www.samajalive.in
Saturday, December 13, 2025
26.1 C
Bhubaneswar

ଯୋଡା ଖଣିରେ ଉତ୍ପାଦନ ସ୍ୱଭାବିକ

ଯୋଡା: ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରୁଙ୍ଗ୍‍ଟା ମାଇନ୍ସ ଲିଃ ପରିଚାଳିତ ଜଜାଙ୍ଗ ଲୌହ ଓ ମାଙ୍ଗାନିଜ ଖଣିରେ ନୂତନ ଶ୍ରମିକ ସଂଗଠନ କରିବା ଲକ୍ଷ୍ୟରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅତିରିକ୍ତ ମଜୁରୀ ବାବଦରେ ଅଧିକ ବକେୟା ରାଶି ପ୍ରଦାନ ଭଳି ମିଥ୍ୟା ପ୍ରଲୋଭନ ଦେଖାଇ ଶ୍ରମିକ ଅଶାନ୍ତି ସୃଷ୍ଟି ନିମନ୍ତେ କରିଥିବା ଚକ୍ରାନ୍ତ ପଣ୍ଡ ହୋଇଥିବାର ଖବର ମିଳିଛି। ଅତିରିକ୍ତ ମଜୁରୀ ବାବଦରେ ବକେୟା ରାଶିକୁ କେନ୍ଦ୍ର କରି ସମ୍ପୃକ୍ତ ଖଣିରେ କାର୍ଯ୍ୟରତ ସମୁଦାୟ ୧୮୦୦ ଠିକା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଏକ-ଚତୁର୍ଥାଂଶରୁ କମ ଠିକା ଶ୍ରମିକଙ୍କ ଖଣି କର୍ତ୍ତୁପକ୍ଷ ଏପରିକି ସ୍ଥାନୀୟ ଶାନ୍ତିଶୃଙ୍ଖଳା ବିଭାଗର ଅବଗତ ବିନା ଏକ ପାଖିଆ ଭାବେ ଗତ ମାସ ୨୭ ତାରିଖରୁ ଖଣି ଫାଟକ ସମ୍ମୁଖରେ ଆହୂତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓ ଏହାର ପରବର୍ତ୍ତୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାରଣରୁ ଉତ୍ପନ୍ନ ଉତ୍ତେଜନା ପ୍ରଶମିତ ହୋଇଥିବାର ଖବର ମିଳିଛି। ବୁଧବାର ସୁଦ୍ଧା ଆନ୍ଦୋଳନରତ ଠିକା ଶ୍ରମିକଙ୍କ ମଧ୍ୟରୁ ୯୦ ଶତାଂଶରୁ ଅଧିକ ଠିକା ଶ୍ରମିକ ନିଃସର୍ତ୍ତ କାର୍ଯ୍ୟରେ ଯୋଗଦେବା ପରେ ଖଣିରେ ଉତ୍ପାଦନ ସ୍ୱଭାବିକ ହୋଇଥିବାର ଜଣାପଡିଛି।

ସୂଚନା ଯେ,ଜଜାଙ୍ଗ ଖଣିରେ ବିଭିନ୍ନ ଠିକାଦାରଙ୍କ ଅଧିନରେ ପ୍ରାୟ ୧୮୦୦ରୁ ଊର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରନ୍ତି। ସମ୍ପୃକ୍ତ ଖଣିରେ ଠିକା ଶ୍ରମିକ ରୂପେ ନିୟୋଜିତ ବିଭିନ୍ନ ବର୍ଗର ଶ୍ରମିକଙ୍କୁ କେନ୍ଦ୍ରୀୟ ସର୍ବନିମ୍ନ ମଜୁରୀ ହାରରେ ବେତନ ମିଳୁଥିବା ସମୟରେ ଏଆଇଟିୟୁସି ଶ୍ରମିକ ସଂଗଠନ ଖଣିରେ ଅବସ୍ଥାପିତ ସମସ୍ତ ଠିକାଦାରମାନଙ୍କ ସହ ଚୁକ୍ତି କରି ସର୍ବନିମ୍ନ ମଜୁରୀଠାରୁ ଅଧିକ ମୂଳ ମଜୁରୀରେ ମାସିକ ୫୫୪ ଟଙ୍କା ସହ ସ୍ୱତନ୍ତ୍ର ଭତ୍ତା ବାବଦକୁ ମାସକୁ ଅତିରିକ୍ତ ୧୮୫୦ ଟଙ୍କା ପ୍ରଦାନରେ ଚୁକ୍ତିବଦ୍ଧ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରାଯାଇ ୨୦୧୮ ଅପ୍ରେଲରୁ ଅଣକୁଶଳୀଙ୍କୁ ମୂଳ ମଜୁରୀ ୭୮୦ ଟଙ୍କା,ଅର୍ଦ୍ଧକୁଶଳୀଙ୍କୁ ୯୧୦ ଟଙ୍କା ଓ କୁଶଳୀଙ୍କୁ ୧୦୪୦ ଟଙ୍କା ସହ ସ୍ୱତନ୍ତ୍ର ଭତ୍ତା ବାବଦକୁ ମାସିକ ୨୯୫୦ ଟଙ୍କା ପ୍ରଦାନ ନିମନ୍ତେ ମଧ୍ୟ ଚୁକ୍ତି କରିଥିବା ସୂଚନାରୁ ପ୍ରକାଶ। ତେବେ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଏ ବାବଦରେ ସମସ୍ତ ରାଶି ଶ୍ରମିକଙ୍କୁ ପ୍ରଦାନ ହୋଇଥିବା ସମୟରେ ବକେୟା ରାଶି ରଜ ପୂର୍ବରୁ ପ୍ରଦାନ ନିମନ୍ତେ ସ୍ଥିର ହୋଇଥିବା ବେଳେ ଏହାକୁ କେନ୍ଦ୍ରକରି ମୁଷ୍ଟିମେୟ ଶ୍ରମିକଙ୍କମନରେ ଅକାରଣରେ ସନ୍ଦେହ କାରଣରୁ ଏପରି ଘଟଣା ସଂଗଠିତ ହୋଇଥିବାର ଖଣି କର୍ତ୍ତୁପକ୍ଷଙ୍କ ନିକଟରୁ ପ୍ରକାଶ। ଅନ୍ୟପକ୍ଷେ ଠିକା ଶ୍ରମିକ ମାନଙ୍କୁ କେନ୍ଦ୍ର ସର୍ବନିମ୍ନ ମଜୁରୀ ଠାରୁ ଅଧିକ ସୁବିଧା କେବଳ ରୁଙ୍ଗ୍‍ଟା କମ୍ପାନୀରେ ପ୍ରଦାନ ହେଉଥିବାର ଖଣି କର୍ତ୍ତୁପକ୍ଷଙ୍କ ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ କରାଯାଇଥିବାର ସୂଚନାରୁ ପ୍ରକାଶ।

- Advertisement -

ତେବେ ,କେନ୍ଦ୍ର ସରକାର ମାସିକ ସର୍ବନିମ୍ନ ମଜୁରୀ ଅଣକୁଶଳୀ ମାନଙ୍କ ନିମନ୍ତେ ୧୦୧୪୦ ଟଙ୍କା,ଅର୍ଦ୍ଧକୁଶଳୀଙ୍କ ନିମନ୍ତେ ୧୨୬୬୨ ଟଙ୍କା ଓ କୁଶଳୀଙ୍କ ନିମନ୍ତେ ୧୫୧୮୪ ଟଙ୍କା ଧାର୍ଯ୍ୟ କରିଥିବା ସମୟରେ ରୁଙ୍ଗ୍‍ଟା ପରିଚାଳିତ ଜଜାଙ୍ଗ ଖଣିରେ ସମସ୍ତ ବର୍ଗର ଠିକା ଶ୍ରମିକ ମାସିକ ଏହାଠାରୁ ୩୯୫୦ ଟଙ୍କା ଅଧିକ ପାରିଶ୍ରମିକ ପାଉଥିବାର ଖବର ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories