www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱର ଆର୍ଥିକ ବ୍ୟବସ୍ଥା ୩% ନିମ୍ନଗାମୀ ହେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ବିଶ୍ୱର ଆର୍ଥିକ ବ୍ୟବସ୍ଥା ୩ ପ୍ରତିଶତ ନିମ୍ନଗାମୀ ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଡି (ଆଇଏମଏଫ) କହିଛି। ୧୯୩୦ ମସିହା ପରେ ଏହା ସବୁଠାରୁ ଆର୍ଥିକ କ୍ଷତି ବୋଲି ଆଇଏମଏଫ ମତ ଦେଇଛି। ଏହି ମହାମାରୀ ସମ୍ପୂର୍ଣ୍ଣ ବିଶ୍ୱକୁ ଐତିକାସିକ ସଙ୍କଟରେ ରୂପାନ୍ତରିତ କରିଛି। ଯଦି କରୋନା ସଂକ୍ରମିତ ଅଧିକ ଦିନ ଜାରି ରହେ ତେବେ ସରକାର ଓ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବ।
ଆସନ୍ତା ୨ବର୍ଷ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଏହା ନଷ୍ଟ କରିଦେବ ବୋଲି ଆଇଏମଏଫର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ କହିଛନ୍ତି। ବ୍ରିଟେନ, ଜର୍ମାନୀ, ଜାପାନ ଓ ଆମେରିକା ଅର୍ଥନୀତି ସୁଧାରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଆଇଏମଏଫ ପ୍ରଶଂସା କରିଛି। ବିଶ୍ୱର କୌଣସି ଦେଶ ଏହି ଆର୍ଥିକ କ୍ଷତିରୁ ବର୍ତ୍ତି ଯାଇ ପାରିବେ ନାହିଁ। ଚଳିତ ବର୍ଷ ଦ୍ୱିତୀୟ ପର୍ୟ୍ୟାୟରେ କୋଭିଡ-୧୯ ଉପରେ ଅଙ୍କୁଶ ଲାଗାଯାଇ ପାରିଲେ ପର ବର୍ଷ ଜିଡିପି ୫.୮ ପ୍ରତିଶତ ରହିପାରେ। ବିଭିନ୍ନ ଦେଶରେ ତାଲାବନ୍ଦ କାରଣରୁ ଦେଶର ସରକାର ଓ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଆର୍ଥିକ ବିକାଶକୁ ପଛକୁ ଠେଲି ଦେଇଛି। ୨୦୨୧ରେ ଆଂଶିକଭାବେ ଏହି କ୍ଷତିକୁ ଭରଣା କରାଯାଇ ପାରିବ। କରୋନା ପୂର୍ବରୁ ଜିଡିପି ଯେତିକି ଥିଲା କରୋନା ସଂକ୍ରମଣ ପରେ ଏହା ହ୍ରାସ ପାଇବ।
୧୯୩୦ ମସିହା ପରେ ପ୍ର୍ରଥମ ଥର ପାଇଁ ବିକଶିତ ଓ ବିକାଶଶୀଳ ଦେଶ ଉଭୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ୨୦୨୨ ସୁଦ୍ଧା ବିକଶିତ ଦେଶମାନେ ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚି ପାରିବେ ନାହିଁ। ଆମେରିକା ଅର୍ଥବ୍ୟବସ୍ଥା ଚଳିତ ବର୍ଷ ୫.୯ ପ୍ରତିଶତ କ୍ଷତି ସହିପାରେ। ୧୯୪୬ ପରେ ଏହା ସେ ଦେଶ ପାଇଁ ସମୁଠାରୁ ବଡ଼ କ୍ଷତି। ଆମେରିକାରେ ଚଳିବର୍ଷ ବେରାଜଗାରୀ ଦର ୧୦.୪ ପ୍ରତିଶତ ରହିବ। ୨୦୨୧ ମଧ୍ୟରେ ଆମେରିକା ଅର୍ଥବ୍ୟବସ୍ଥାରେ ୪.୭ ପ୍ରତିଶତ ସୁଧାର ଆସିବା ସମ୍ଭାବନା ରହିଛି। ତେବେ ଚୀନ୍‍ ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ୧.୨ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୧୯୭୬ ପରେ ଚୀନ୍‍ରେ ଏହା ସବୁଠାରୁ ମନ୍ଥର ବିକାଶ ଦର। ସେହିପରି ୧୯୯୧ ପରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଆର୍ଥିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେଉଛି। ୨୦୨୧ରେ ଯଦି କରୋନା ପୁନଃ ପ୍ରତ୍ୟାବର୍ତ୍ତନ କରେ ଅର୍ଥନୀତିକୁ ସମ୍ଭାଳିବା କାଠିକର ପାଠ ହେବ ବୋଲି ଆଇଏମଏଫ ମତ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories