www.samajalive.in
Saturday, December 6, 2025
14.1 C
Bhubaneswar

କଳାହାଣ୍ଡି ପୁଲିସ ପକ୍ଷରୁ ରକ୍ତଦାନ ଶିବିର, ୧୭୩ ୟୁନିଟ ରକ୍ତ ସଂଗ୍ରହ

ଲାଞ୍ଜିଗଡ:  ସାରା ଦେଶ ଲକଡାଉନ ହେଇଥିବା ବେଳେ ଡାକ୍ତରଖାନା ମାନଙ୍କରେ ରୋଗୀ ମାନଙ୍କୁ ରକ୍ତର ବହୁତ ସମସ୍ୟା ଦେଖାଦେଇଛି। ସମସ୍ତ ଡାକ୍ତରଖାନାରେ ପ୍ରାୟ ରକ୍ତର ଅଭାବ ଦେଖାଦେଇଛି । ଅନେକ ରୋଗୀଙ୍କୁ ରକ୍ତ ନ ମଳିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଏହି ରକ୍ତ ଅଭାବର ସମସ୍ୟାକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୁଲିସ ପକ୍ଷରୁ ଗୁରୁବାର ଲାଞ୍ଜିଗଡରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସାରା ବିଶ୍ୱ ବର୍ତ୍ତମାନ କରୋନା ଭୁତାଣୁ କବଳରେ ଥିବା ବେଳେ ମୋ ସରକାର ମାଧ୍ୟମରେ ଏହି ରକ୍ତଦାନ ଶିବିର ରୋଗିଙ୍କ ପାଇଁ ବରଦାନ ସାଜିଛି।ଏହି ମେଗା ରକ୍ତଦାନ ଶିବିରକୁ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମାହନ୍ତ ଉଦଘାଟନ କରିଥିବା ବେଳେ ନର୍ଲା ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ ଶିକେରକୁପା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ଓ ବିଭିନ୍ନ ପଞ୍ଚାୟତ ଉପସ୍ଥିତ ରହି ସାମାଜିକ ଦୁରତା ବଜାୟ ରଖି ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

- Advertisement -

ଏହି  ରକ୍ତଦାନ ଶିବିରରେ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତର ବିଜୁ ଯୁବ ବାହିନିର ସଦସ୍ୟ ମାନେ ଯୋଗ ଦେଇ ରକ୍ତଦାନ କରିଥିବା ଜଣାପଡିଛି। ଏହି ଶିବିରରେ ୧୭୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଅଞ୍ଚଳର ଅନେକ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ଓ ସମାଜସେବୀ ମାନେ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ ରୋଡ ସରପଞ୍ଚ ଟଙ୍କଧର ମାଝୀ,କମର୍ଦ୍ଧା ପଞ୍ଚାୟତ ସରପଞ୍ଚ ଶ୍ରୀମତି କାନ୍ତି ପାତ୍ର ,ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର ମାଝୀ,କଦମ୍ବଗୁଡା ସରପଞ୍ଚ ଜ୍ୟେଷ୍ନା ମାଝୀ,ଲାଞ୍ଜିଗଡରୋଡ ସମିତିସଭ୍ୟ କୈାନଜ କୁମାର ରାଉତ,ଗୋବର୍ଦ୍ଧନପୁର ବିଜୁଯୁବ ବାହିନିର ସମ୍ପାଦକ ,ସମିତି ସଭ୍ୟ ଚିତ୍ରସେନ ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। କଳାହଣ୍ଡି ପୁଲିସର ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରଶଂସା କରିଥିବା ବେଳେ ପୁଲିସ କେବଳ ସୁରକ୍ଷା କରେ ନାହିଁ ସବୁ ବେଳେ ସମାଜର ଉନ୍ନତି ଦିଗରେ ଦୃଷ୍ଟି ଦେଇଥାଏ ବୋଲି ଜନସାଧାରଣରେ ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories