ନୂଆଦିଲ୍ଲୀ : କରୋନା ଯୁଦ୍ଧରେ ଡାକ୍ତର, ପୁଲିସ ,ସେବିକା ପର୍ୟ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି କ୍ରୀଡ଼ାବିତ୍ । କରୋନା ଭଳି ମହାମାରୀକୁ ଦେଶରୁ ହଟାଇବା ଓ ସରକାରଙ୍କ ସହିତ ମିଶି ଲଢେଇ କରିବା ନେଇ କ୍ରୀଡ଼ାବିତ୍ମାନେ ବି ପଛଘୁଞ୍ଚା ଦେଇନାହାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଫୁଟବଲ ପ୍ରଶିକ୍ଷିକା କରୋନା ଲଢେଇରେ ସାମିଲ ହୋଇଛନ୍ତି। କେରଳର ମହିଳା ଫୁଟବଲ ପ୍ରଶିକ୍ଷିକା ପ୍ରିୟା ପି.ଭି ଓ ଜାମସେଦପୁର ଏଫ୍ସି ଭିନିଥ୍ ଲଢେଇେର ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଭାରତୀୟ ମହିଳା ଫୁଟବଲ ଲିଗ୍ ଚମ୍ପିଆନ ଗୋକୁଳମ କେରଳ ଏଫ୍ସିର ପ୍ରଶିକ୍ଷିକା ପ୍ରିୟା ଓ ଜାମସେଦପୁର ଏଫ୍ସିର ଫରୱାର୍ଡ ସି.କେ ଭିନିଥ୍ କରୋନା ଲଢେଇରେ ନିଜକୁ ସାମିଲ କରିଛନ୍ତି। କରୋନା ସହାୟତା ପାଇଁ ରହିଥିବା ହେଲ୍ଫ ଲାଇନ୍ କେନ୍ଦ୍ରରେ କାର୍ୟ୍ୟ କରୁଛନ୍ତି ପ୍ରିୟା ଓ ଭିନିଥ୍। ପ୍ରିୟା କୁହନ୍ତି, କରୋନା ମହାମାରୀ ସାରା ଦେଶ ପାଇଁ ବଡ ବିପଦ ଆଣିଛି। ଏଭଳି ଏକ ସମୟରେ ଦେଶ ପାଇଁ ସେବା କରିବା ସୁଯୋଗ ଆଉ କେବେ ମିଳିନପାରେ। ଲୋକମାନଙ୍କୁ ସହଯୋଗ କରିବା ପ୍ରଥମ ଲକ୍ଷ୍ୟ ରହିଛି। ହେଲ୍ଫ ଲାଇନ୍ କେନ୍ଦ୍ରରେ ପ୍ରତିଦିନ ୧୫୦ରୁ ୨୦୦ ଫୋନ୍ କଲ୍କୁ ଗ୍ରହଣ କରିବା ସହିତ ସେମାନଙ୍କୁ ପରାମର୍ଶ ମଧ୍ୟ ପ୍ରଦାନ କରାଯାଉଛି। ଏହାଛଡ଼ା ଗ୍ରୋସରୀ ଦୋକାନରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ଲୋକମାନଙ୍କୁ ସଚେତନ କରିବା ନେଇ କାର୍ୟ୍ୟ କରାଯାଉଛି। ଲୋକମାନେ କିଭଳି ଖାଦ୍ୟ ସାମଗ୍ରୀ ସହ ଔଷଧ ପାଇବାରୁ ବଞ୍ଚିତ ନହେବେ ସେଥିନେଇ ଗୁରୁତ୍ବ ଦିଆଯାଉଛି। ଫୋନ୍ କଲ ମିଳିବା ମାତ୍ରେ ଲୋକଙ୍କ ଆବଶ୍ୟକତା ଥିବା ଔଷଧ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ପ୍ରିୟା କହିଛନ୍ତି। ଏଭଳି କାର୍ୟ୍ୟ କେରଳର କନ୍ନୁର ଅଞ୍ଚଳ ସମେତ ଅନ୍ୟ ସ୍ଥାନ ମାନଙ୍କରେ କରୁଛନ୍ତି ପ୍ରିୟା। ସେହିପରି ଭିନିଥ୍ ମଧ୍ୟ ଲୋକମାନଙ୍କୁ ସହଯୋଗ କରିବା ନେଇ ଆଗେଇ ଆସିଛନ୍ତି। ବିଭିନ୍ନ ଜିଲାର ଲୋକମାନେ ଖାଦ୍ୟ ସାମଗ୍ରୀ ଓ ଔଷଧ ନେଇ ସମସ୍ୟାରେ ପଡ଼ିଲେ ଫୋନ୍ କଲ ପାଇବା ମାତ୍ରେ ସେମାନଙ୍କ ନିକଟରେ ଉକ୍ତ ଜିନିଷ ପହଞ୍ଚାଇ ଦିଆଯାଉଛି। ସୂଚନାଯୋଗ୍ୟ ପ୍ରିୟାଙ୍କ ପ୍ରଶିକ୍ଷଣରେ ଗୋକୁଳମ୍ କେରଳ ଏଫ୍ସି ୨୦୧୯-୨୦ ଇଣ୍ଡିଆନ ୱିମେନ ଲିଗ୍ରେ ଚମ୍ପିଆନ ହୋଇଥିଲା। ବର୍ତ୍ତମାନ ଭାରତୀୟ ୧୯ ବର୍ଷରୁ କମ୍ ମହିଳା ଫୁଟବଲ ଦଳର ପ୍ରଶିକ୍ଷିକା ଦାୟିତ୍ବ ମଧ୍ୟ ତୁଲାଉଛନ୍ତି।