www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ବକପ୍‌: ଶ୍ରୀଲଙ୍କାକୁ ୩୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ, ବିରାଟ କୋହଲି-ଶୁବମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସି ବିରାଟ କୋହଲି-ଶୁବମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀରେ ଶ୍ରୀଲଙ୍କାକୁ ୩୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍‌ ବିନିମୟରେ ୩୫୭ ରନ୍‌ ସଂଗ୍ରହ କରିଛି ଏବଂ ମ୍ୟାଚ୍‌ ବିଜୟ ପାଇଁ ଶ୍ରୀଲଙ୍କାକୁ ୩୫୮ ରନ୍‌ର ଲକ୍ଷ୍ୟ ଦେଇଛି।

ଆଜି ଖେଳାଯାଇଥିବା ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୨ଟି ବଲ୍‌ ସାମ୍ନା କରି ୪ରନ୍‌ ସଂଗ୍ରହ ପରେ ପାଭଲିଅନ୍‌କୁ ଫେରିଯାଇଥିଲେ। ଏହାପରେ ବିରାଟ କୋହଲି ଏବଂ ଶୁବମନ୍‌ ଗିଲ୍‌ ସତର୍କତା ସହିତ ବ୍ୟାଟିଂ କରି ଭାରତର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ନେଇଥିଲେ। ବିରାଟ କୋହଲି ୯୪ଟି ବଲ୍‌ ଖେଳି ୧୧ଟି ଚୌକା ସହାୟତାରେ ୮୮ ରନ୍‌ କରିଥିବାବେଳେ ଶୁବମନ୍‌ ଗିଲ ୯୨ଟି ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ୫୬ଟି ବଲ୍‌ରୁ ୩ଟି ଚୌକା ଓ ୬ଟି ଛକା ମାରି ଶ୍ରେୟାସ ଆୟର ୮୨ ରନ୍‌ ସ୍କୋର କରିଥିଲେ। ୧୯ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ କେଏଲ୍‌ ରାହୁଲ ଦଳ ପାଇଁ ୨୧ ରନ୍‌ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୨ ରନ୍‌, ଅଲରାଉଣ୍ଡର ରବୀନ୍ଦ୍ର ଦାଜେଦା ୨୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌, ମହମ୍ମଦ ସାମି ୨ରନ୍‌ ଓ ଯଶପ୍ରୀତ ବୁମରା ଅପରାଜିତ ଗୋଟିଏ ରନ୍‌ କରିଥିଲେ।

- Advertisement -

ଶ୍ରୀଲଙ୍କା ପାଇଁ ଦିଲସାନ ମଧୁଶଙ୍କା ୫ଟି ୱିକେଟ ନେଇଥିବାବେଳେ ଦୁଷ୍ମନ୍ତ ଚାମିରାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା। ଭାରତୀୟ ବ୍ୟାଟର ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସାମି ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories