ଲାଞ୍ଚ ନେଇ ଗିରଫ ହେଲେ ଇଡି ଅଧିକାରୀ
ରାଜସ୍ଥାନ: ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଦୁଇ ଅଧିକାରୀ। ଉଭୟଙ୍କ ବିରୋଧରେ ଏକ ଚିଟ୍ଫଣ୍ଡ ମାମଲାରେ କେସ୍ ରୁଜୁ ନ କରିବାକୁ ଜଣେ ବ୍ୟବସାୟୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଗୁରୁବାର ମଣିପୁରର ଇମ୍ଫାଲରେ ନିଯୁକ୍ତ ଇଡି ଅଧିକାରୀ ନୱାଲ କିଶୋର ମୀନା ଏବଂ ଜୟପୁରର ତାଙ୍କ ସହଯୋଗୀ ବାବୁଲାଲ ମୀନାଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏଥିସହ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ଅଧିକାରୀଙ୍କର ବିଭିନ୍ନ ଠିକଣାରେ ଚଢାଉ କରିଛି ଏସିବି।
Comments are closed.