ତୃତୀୟ ପର୍ଯ୍ୟାୟ ସ୍ନାତକୋତ୍ତର ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ
ଡେସ୍କ: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସ୍ନାତକୋତ୍ତର ଶ୍ରେଣୀରେ ଖାଲିପଡ଼ିଥିବା ଆସନ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ୱେବ୍ସାଇଟ୍ରେ ନଭେମ୍ବର ୭ ତାରିଖ ମଧ୍ୟାହ୍ନ ୧୨ଟାରୁ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୭ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୨ରେ ସରିବ। ୧୭ ତାରିଖ ଅପରାହ୍ନ ୪ଟାରେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୦ ତାରିଖରୁ ୨୧ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ନଭେମ୍ବର ୨୨ ଓ ୨୩ରେ ୱେଟିଂ ନାମଲେଖା ପାଇଁ ଆବେଦନ ଓ ୨୮ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ନଭେମ୍ବର ୨୯ରେ ନାମ ଲେଖାଇବେ।
Comments are closed.