www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ବକପ: ୩୦୯ ରନରେ ଅଷ୍ଟ୍ରେଲିଆ ବିଜୟୀ, ୨୧ ଓଭରରେ ୯୦ ରନ କରି ନେଦରଲାଣ୍ଡ ଅଲଆଉଟ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇସିସି ବିଶ୍ବକପରେ ଅଷ୍ଟ୍ରେଲିଆ ୩୦୯ ରନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି। ଅପରପକ୍ଷରେ ୨୧ ଓଭରରେ ୯୦ ରନ ସ୍କୋର ସହ ନେଦରଲାଣ୍ଡ ହାରିଯାଇଛି। ମାତ୍ର ୪୦ ବଲରେ ଦ୍ରୁତତମ ଶତକ(୧୦୬ରନ) ହାସଲ କରିଥିବା ଗ୍ଲେନ ମାକ୍ସୱେଲ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇସିସି ବିଶ୍ବକପରେ ନେଦରଲାଣ୍ଡ ମାତ୍ର ୨୧ ଓଭରରେ ୯୦ ରନ ସ୍କୋର କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ବିକ୍ରମଜିତ ସିଂ ସର୍ବାଧିକ ୨୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ମାର୍ସ ୨ଟି ୱିକେଟ ନେଇଥିଲେ।

- Advertisement -

ଆଜିର ମ୍ୟାଚରେ ନେଦରଲାଣ୍ଡକୁ ୩୯୯ ରନ ଟାର୍ଗେଟ ଦେଇଥିବା ଅଷ୍ଟ୍ରେଲିଆ ଅତି ସହଜରେ ଏକପାଖିଆ ଭାବେ ମ୍ୟାଚଟି ଜିତି ନେଇଛି। ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଥିବାବେଳେ ଏହା ବିଶ୍ବକପ ଇତିହାସରେ ଏକ ରେକର୍ଡ ବୋଲି କୁହାଯାଉଛି। ଅପରପକ୍ଷରେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ୍ ମାତ୍ର ୪୦ଟି ବଲରେ ୧୦୬ରନ ସ୍କୋର ସହ ବିଶ୍ବକପ ଇତିହାସରେ ଦ୍ରୁତତମ ଶତକ ହାସଲ ରେକର୍ଡ ସୃଷ୍ଟି କରିଛନ୍ତି।

ଆଜି ଟିମ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓଭନର ଷ୍ଟାର ବ୍ୟାଟ୍ସମ୍ୟାନ ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହୋଇଯାଇଥିଲେ। ଦଳ ବିପର୍ଯ୍ୟୟ ଆଡକୁ ଯାଉଥିବାବେଳେ ଲଢୁଆ ବ୍ୟାଟିଂ ସହ ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ୱର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍। ୱାର୍ଣ୍ଣର ଏହି ମ୍ୟାଚରେ ୯୩ଟି ବଲ ଖେଳି ୧୦୪ ରନ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ। ତେବେ ଗ୍ଲେନ ମାକ୍ସୱେଲଙ୍କ ୪୦ ବଲରେ ବିସ୍ଫୋରକ ୧୦୬ ରନ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା । ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ୱିକେଟ ନେବାରେ ସଫଳ ହୋଇଥିଲାବେଳେ ବାସ ଡି ଲିଡ୍ ୨ଟି ୱିକେଟ ନେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories