ଡେସ୍କ: କପ-୨୮ (COP28)ର ଅଧ୍ୟକ୍ଷ ଥିବା ୟୁଏଇଇ ଆଜି ବିଶ୍ୱ ନେତୃବୃନ୍ଦଙ୍କ ସହ ଜଳବାୟୁ ସମ୍ବନ୍ଧୀୟ ନିବେଶ ସଂସ୍ଥା ଆଲ୍ଟେରାକୁ ୩୦ ବିଲିୟନ ଡଲାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଫଳରେ ଆଲ୍ଟେରା ଜଳବାୟୁ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ସର୍ବ ବୃହତ ଘରୋଇ ସଂଗଠନ ହୋଇପାରିଛି। ଏହି ସଂସ୍ଥା ୨୦୩୦ ସୁଦ୍ଧା ୨୫୦ ବିଲିୟନ ଡଲାର ବିନିଯୋଗ କରିବ।
କପ-୨୮ର ଅଧ୍ୟକ୍ଷ ଡଃ ସୁଲତାନ ଅଲ ଜାବର କହିଛନ୍ତି ଯେ ଆନ୍ତର୍ଜାତୀୟ ଜଳବାୟୁ ଆର୍ଥିକ କ୍ଷେତ୍ରରେ ଆଲ୍ଟେରା ପ୍ରତିଷ୍ଠା ଏକ ନୂତନ ଯୁଗରେ ପରିଣତ ହେବ।



