www.samajalive.in
Saturday, December 6, 2025
23.1 C
Bhubaneswar

କଚାଡ଼ି ଭାଙ୍ଗିଲା ବାଇକ; ହାତୀ କବଳରୁ ଅଳ୍ପକେ ବର୍ତ୍ତିଲା ଜୀବନ

ବିଶ୍ବନାଥପୁର: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଦୀର୍ଘଦିନ ହେଲା ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଜଙ୍ଗଲୀ ହାତୀପଲ ଘରଦ୍ବାର ଭାଙ୍ଗିଦେବା ସହିତ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ବନ୍ଧପାରି ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକଟିକୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ତାହା ଭାଙ୍ଗିରୁଜି ଯାଇଛି। ତେବେ ସୌଭାଗ୍ୟବସତଃ ସେହି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ।

ସୂଚନାନୁସାରେ, ବନ୍ଧପାରିର ମୀନକେତନ ତାଣ୍ଡି ନିଜ ବାଇକ ଯୋଗେ ମୂଷାନାଳ ଦେଇ ଭବାନୀପାଟଣା ଯାଉଥିବାବେଳେ ଗଦଗଦା ଜଳପ୍ରପାତ ନିକଟରେ ୩୦ ଟିକିଆ ହାତୀପଲ ସାମ୍ନାରେ ମୁହାଁମୁହିଁ ହୋଇଥିଲେ। ତାଙ୍କ ଆଡ଼କୁ ହାତୀପଲ ମାଡ଼ି ଆସିବା ଦେଖି ଜୀବନ ବିକଳରେ ବାଇକ୍ ଛାଡି ଦୌଡ଼ି ପଳାଇଥିଲେ ମୀନକେତନ। ଦୌଡ଼ି ପଳାଇବାରୁ ହାତୀ ଆକ୍ରମଣରୁ ସେ ସିନା ବଞ୍ଚିଗଲେ, ହେଲେ ହାତୀ ପଲ୍ଲ ବାଇକଟିକୁ ଶୁଣ୍ଢରେ ଟେକି ଜଙ୍ଗଲ ଆଡେ ଫିଙ୍ଗି ଦେଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣାଟି ଘଟିଥିବାବେଳେ ଖବର ପାଇ ଶୁକ୍ରବାର ସକାଳୁ ବନବିଭାଗ ତରଫରୁ ଘଟଣାସ୍ଥଳ ପରିଦର୍ଶନ ପରେ ବାଇକ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ ମୀନକେତନ ବନବିଭାଗର ଦ୍ବାରସ୍ଥ ହେବା ସହିତ କ୍ଷତିପୂରଣ ଦାବି କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories