www.samajalive.in
Saturday, December 6, 2025
26.1 C
Bhubaneswar

ନୌସେନାରେ ୧ ହଜାରରୁ ଅଧିକ ମହିଳା ଅଗ୍ନିବୀର ନିଯୁକ୍ତ

ଡେସ୍କ: ନୌସେନା ମୁଖ୍ୟ ଆଡ଼ମିରାଲ ଆର. ହରି କୁମାର କହିଛନ୍ତି, ଭାରତୀୟ ନୌସେନାରେ ଏ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ମହିଳା ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯାଇଛି। ନୌସେନା ଦିବସ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଗ୍ନିପଥ ଯୋଜନାକୁ ପ୍ରଶଂସା କରି କହିଛନ୍ତି ଯେ ସେନାରେ ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଏହାର ଆବଶ୍ୟକତା ଥିଲା।

ସେ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚରେ ଆଇଏନଏସ ଚିଲିକାରୁ ପ୍ରଥମ ବ୍ୟାଚ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ୨୭୨ ଜଣ ମହିଳା ଅଗ୍ନିବୀର ଅଛନ୍ତି। ଦ୍ଵିତୀୟ ବ୍ୟାଚ ଅଗ୍ନିବୀରଙ୍କ ମଧ୍ୟରେ ୪୫୪ ଜଣ ମହିଳା ଥିବା ବେଳେ ତୃତୀୟ ବ୍ୟାଚ ଶେଷ ବେଳକୁ ମହିଳା ଅଗ୍ନିବୀରଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ନୌସେନାରେ ଜଣେ ମହିଳାଙ୍କୁ ପ୍ରଥମ ଥର ପାଇଁ କମାଣ୍ଡିଙ୍ଗ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିବା ନୌସେନା ମୁଖ୍ୟ ଆଡ଼ମିରାଲ ଆର. ହରି କୁମାର କହିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories