ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ପୁଣି ଥରେ ଭାରତ ପାଇଁ ଗୌରବ ଆଣିଛନ୍ତି ଜାଭଲିନ୍ ଥ୍ରୋ’ର ନୀରଜ ଚୋପ୍ରା । ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନସିପରେ ନୀରଜ ଚୋପ୍ରା ରୌପ୍ୟ ଜିତି​‌ଛନ୍ତି । ଜାଭଲିନ୍ ଥ୍ରୋ’ରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ସେ ରୌପ୍ୟ ହାସଲ କରିଥିବା ବେଳେ ଭାରତ ପାଇଁ ଏକ ଇତିହାସ ରଚିଛନ୍ତି । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ନୀରଜ ରୌପ୍ୟ ଜିତିଛନ୍ତି । ପୂର୍ବରୁ ଅଞ୍ଜୁ ବବି ବ୍ରୋଞ୍ଜ ଜିତିଥିଲେ । ହେଲେ ଆଜି ନୀରଜ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ପୂର୍ବରୁ ନୀରଜ ଅଲିମ୍ପିକରେ ସ୍ୱର୍ଣ୍ଣ  ଜିତିଥିଲେ । ଯାହାକୁ ନେଇ ଦେଶରେ ଖୁସିର ଲହରି ଖେଳିଯାଇଥିଲା ।

ଭେଟେରାନ୍ ଆଥଲେଟ୍ ଅଞ୍ଜୁ ବବି ଜର୍ଜ ୨୦୦୩ରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲେ । ଚତୁର୍ଥ ରାଉଣ୍ଡରେ ନୀରଜ ୮୮.୧୩ ମିଟର ଜାଭେଲିନ୍ ଥ୍ରୋ ସହିତ ରୌପ୍ୟ ଜିତିଛନ୍ତି । ଅନ୍ୟପକ୍ଷରେ ରୋହିତ ଯାଦବ ଫାଇନାଲରେ ଦଶମ ସ୍ଥାନ ହାସଲ କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ୭୭.୯୬ ମିଟର, ଦ୍ୱିତୀୟ ରାଉଣ୍ଡରେ ୭୮.୦୫ ଏବଂ ତୃତୀୟ ରାଉଣ୍ଡରେ ୭୮.୭୨ ମିଟର ଜାଭେଲିନ୍ ଫିଙ୍ଗିଥିଲେ ।

Comments are closed.