www.samajalive.in
Wednesday, December 10, 2025
16.1 C
Bhubaneswar

ଅନ୍‍ଲାଇନରେ ଶିଶୁଙ୍କୁ ସହାୟତା ପାଇଁ ପିକକ ଆରମ୍ଭ କଲା ହେଲ୍ପ ଲାଇନ୍‍, ପରାମର୍ଶ ସହ ମିଳିବ କ୍ୟାରିଅର କାଉନସେଲିଂ

ଭୁବନେଶ୍ୱର : ସହାୟତା ଚାହୁଁଥିବା ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଅନ୍‍ଲାଇନ୍‍ ମାଧ୍ୟମରେ ସମସ୍ତ ପ୍ରକାର ପରାମର୍ଶ ଓ ସହଯୋଗ ଲାଗି ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍‍ସ କଲଚରାଲ ସେଣ୍ଟର (ପିକକ୍‌) ଆରମ୍ଭ କରିଛି ଅନ୍‍ଲାଇନ୍‍ ସହାୟତା ବ୍ୟବସ୍ଥା। ଏଥିପାଇଁ ପିକକ୍‍ ପକ୍ଷରୁ ୱେବସାଇଟ୍‍ www.pecuchelpline.com ଓ pecuccounselling2020@gmail.com ସହିତ ହ୍ୱାଟସଅପ୍‍ ନମ୍ବର ୭୮୪୯୦୧୦୦୨୧ ଏବଂ ଲ୍ୟାଣ୍ଡଲାଇନ୍‍ ନମ୍ବର ୦୬୭୪-୨୩୫୨୨୭୮ ଜାରି କରାଯାଇଛି। ଆଜି ପିକକ୍‍ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ୱେବସାଇଟ୍‍କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରମତୀ ପ୍ରଧାନ ସୁରକ୍ଷିତ ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ଏକ ଆଲୋଚନାଚକ୍ରର ମଧ୍ୟ ଉଦ୍‍ଘାଟନ କରିଥିଲେ।

 

- Advertisement -

ପିକକ୍‌ର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ସାରା ଓଡିଶା ଓ ଓଡିଶା ବାହାର ଶିଶୁମାନେ ଏହାଦ୍ୱାରା ସହାୟତା ପାଇପାରିବେ ବୋଲି ସେ କହିଛନ୍ତି। ବିଶେଷକରି ଏହି ସେବା ମାଧ୍ୟମରେ ଶିଶୁମାନଙ୍କୁ ସାମାଜିକ ମନସ୍ତତ୍ୱର ସହାୟତା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ। ସେ କହିଥିଲେ ଯେ ଶିକ୍ଷା ଅଧିକାର ଆଇନ୍‍ ଅନୁଯାୟୀ ସମସ୍ତଙ୍କୁ ଶିକ୍ଷାପ୍ରଦାନ କରିବା ପାଇଁ ବେସରକାରୀ ସଂଗଠନ, ସରକାରୀ ବିଭାଗ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ। କୋଭିଡ ମହାମାରୀ ସମୟରେ ପିଲାଙ୍କ ପାଠପଢା ଗୁରୁତର ବ୍ୟାହତ ହୋଇଥିବାବେଳେ ତାହା ପୁଣି କିଭଳି ପୂର୍ବାବସ୍ଥାକୁ ଫେରିବ ସେଥିପାଇଁ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀମତୀ ପ୍ରଧାନ ମତ ଦେଇଥିଲେ।

ପିକକର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅନ୍‍ଲାଇନ୍‍ ସହାୟତା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଏହା ମାଧ୍ୟମରେ କୈଶୋର ସମସ୍ୟା, କ୍ୟାରିଅର କାଉନସେଲିଂ ଓ ବିଭିନ୍ନ କୌଶଳ ଶିକ୍ଷା ମଧ୍ୟ ଯୋଗାଇ ଦିଆଯିବ। ପିକକ ଓ ଶିକ୍ଷା ସନ୍ଧାନ ପକ୍ଷରୁ କେନ୍ଦୁଝର ଓ ମୟୁରଭଞ୍ଜର ୫୦ଟି ଗ୍ରାମରେ ଗତ ତିନିବର୍ଷ ଧରି ଶିଶୁ ଅଧିକାର ଅଭିଯାନ ଚାଲିବା ନେଇ ଶ୍ରୀମତୀ ମହାନ୍ତି ସୂଚନା ଦେଇଥିଲେ।
ଏହି କର୍ମଶାଳାରେ ଯୋଗଦେଇ ଓସେପାର ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱନାଥ ତରାଇ କୋଭିଡ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷାଦାନ ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଇଁ ରେଡିଓ ପାଠଶାଳା ଓ ଶିକ୍ଷାଦର୍ପଣ ଭଳି କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ବିଦ୍ୟାଳୟଗୁଡିକ ପ୍ରସ୍ତୁତ ଥିବା କହିଥିଲେ। ନୀତି ଆୟୋଗରେ ଶିଶୁ ଅଧିକାର ସୁରକ୍ଷା ଷ୍ଟାଣ୍ଡିଂକମିଟିର ସଦସ୍ୟ ଥିବା ସଞ୍ଜୟ ମିଶ୍ର ପିକକ ଦ୍ୱାରା ଆରମ୍ଭ କରାଯାଇଥିବା ହେଲ୍ପଲାଇନ୍‍କୁ ପ୍ରଶଂସା କରିଥିବାବେଳେ ସମସ୍ତ ଶିଶୁ କିଭଳି ଶିକ୍ଷାଲାଭ କରିବେ ସେଥିପାଇଁ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ମିହଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ମଧୁମିତା ଦାସ ଆଦ୍ୟ ଶୈଶବରେ ପିଲାଙ୍କ ଯତ୍ନ ଓ ପାଠପଢା ନେଇ ସରକାର ଗ୍ରହଣ କରିଥିବା ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ଅବସରରେ କହିଥିଲେ ଯେ ଅନ୍‍ଲାଇନ୍‍ ହେଲ୍ପଲାଇନ୍‍ ହେଉଛି ଏକ ନୂତନ କାର୍ଯ୍ୟକ୍ରମ। ଏହାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡା। ପିଲାଙ୍କ ଉପରେ ହେଉଥିବା ହିଂସା ରୋକିବାକୁ ସମସ୍ତେ ସହଯୋଗ କରିବା ଆବଶ୍ୟକ। ବିଭିନ୍ନ ବିଭାଗର ସହାୟତାରେ ହେଲ୍ପଲାଇନ୍‍ ଜରିଆରେ ପିଲାଙ୍କୁ ସହାୟତା ଯୋଗାଯାଇ ପାରିବ। ବର୍ତ୍ତମାନ ସୁଦ୍ଧା ପିକକ ପ୍ରାୟ ୩୫ହଜାର ପିଲାଙ୍କୁ ବିଭିନ୍ନ ଶ୍ରମ କ୍ଷେତ୍ରରୁ ଉଦ୍ଧାର କରି ବିଦ୍ୟାଳୟକୁ ପଠାଇଥିବା ସେ ସୂଚନା ଦେଇଥିଲେ। ଶିଶୁଶ୍ରମ ଉଚ୍ଛେଦ ପାଇଁ ନିରାପଦ ଓ ଗୁଣାତ୍ମକ ଶିକ୍ଷା ଏକ ଜରୁରୀ ଆବଶ୍ୟକତା ବୋଲି ସେ କହିଥିଲେ। ଶେଷରେ ପିକକର କୋଷାଧ୍ୟକ୍ଷା ଶ୍ରମତୀ ରତ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories